କରୋନା ଅପଡେଟ୍: ଦେଶରେ ଆଉ ୧୪,୮୪୯ ନୂଆ ମାମଲା | News Room Odisha

କରୋନା ଅପଡେଟ୍: ଦେଶରେ ଆଉ ୧୪,୮୪୯ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କ୍ରମାଗତ ତୃତୀୟ ଦିନ ଧରି ଦୈନିକ ମାମଲା ୧୫,୦୦୦ ରୁ କମ୍ ରହିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪,୮୪୯ ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା ବେଳେ ୧୫୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ଦିନକରେ ଆଉ ୧୫,୯୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ମୋଟ କରୋନା ମାମଲା ଏକ କୋଟି ୬ ଲକ୍ଷ ୫୪ ହଜାର ୫୩୩ କୁ ବୃଦ୍ଧି ପାଇଛି। ଏକ ଲକ୍ଷ ୫୩ ହଜାର ୩୩୯ ଲୋକ ପ୍ରାଣ ହରାଇଛନ୍ତି। ଏକ କୋଟି ତିନି ଲକ୍ଷ ୧୬ ହଜାର ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧ ଲକ୍ଷ ୮୪ ହଜାରକୁ ଖସି ଆସିଛି।

COVID-19