କରୋନା ପ୍ରକୋପ ଦୃଷ୍ଟିରୁ ପଶ୍ଚିମବଙ୍ଗରେ ସବୁ ନିର୍ବାଚନୀ ରାଲି ବାତିଲ କଲେ ରାହୁଲ | News Room Odisha

କରୋନା ପ୍ରକୋପ ଦୃଷ୍ଟିରୁ ପଶ୍ଚିମବଙ୍ଗରେ ସବୁ ନିର୍ବାଚନୀ ରାଲି ବାତିଲ କଲେ ରାହୁଲ

ନୂୂଆଦିଲ୍ଲୀ – କରୋନା ଜନିତ ଭୟଙ୍କର ସ୍ଥିତି ଦୃଷ୍ଟିରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ହେବାକୁ ଥିବା ତାଙ୍କର ସମସ୍ତ ନିର୍ବାଚନୀ ରାଲି ବାତିଲ କରିଛନ୍ତି। ସେ ଏକ ଟୁଇଟ୍ ମାଧ୍ୟମରେ ଏହି ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ବଡ ବଡ ଜନସଭା ଆୟୋଜନ କରିବାର ପରିଣାମ ବିଷୟରେ ଚିନ୍ତା କରିବାକୁ ରାହୁଲ ସବୁ ନେତାଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି । ରାଲି ବାତିଲ ହେବାର କିଛି ସମୟ ପୂର୍ବରୁ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଥିଲେ।
ପଶ୍ଚିମବଙ୍ଗର ଏକ ରାଲିରେ ଏକ ଜନ ସମାବେଶକୁ ଦେଖି ମୋଦୀ କହିଥିଲେ ଯେ ସେ ପ୍ରଥମ ଥର ପାଇଁ ଏଠାରେ ଏଭଳି ଭିଡ଼ ଦେଖିଛନ୍ତି। ଏହାକୁ ନେଇ ମୋଦିଙ୍କୁ କଟାକ୍ଷ କରିଛନ୍ତି ରାହୁଲ । ସେ ରବିବାର ସକାଳେ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଥମ ଥର ପାଇଁ ଆମେ ଏପରି ରୋଗୀ ଓ ମୃତକଙ୍କୁ ଦେଖୁଛୁ। ରାହୁଲ ଅଭିଯୋଗ କରିଛନ୍ତି ଯେ କୋଭିଡ୍ -୧୯ ଜନିତ ଉତ୍ପନ୍ନ ସ୍ଥିତି ସମ୍ଭାଳିବାରେ ମୋଦି ସରକାର ଅସମର୍ଥ। ଏହାକୁ ସେ ମୋଦି ଆଣିଥିବା ବିପତ୍ତି ରୂପେ ଅଭିହିତ କରିଛନ୍ତି । ସେ କହିଛନ୍ତି, ଶବଦାହ ଏବଂ କବରସ୍ଥାନ – ତୁମେ ଯାହା କହିଥିଲ ତାହା କରିଛ। କେତେକ ଡାକ୍ତରଖାନାରେ ବେଡ୍ ଏବଂ ଭେଣ୍ଟିଲେଟର ଅଭାବ ଖବର ପାଇବା ପରେ ରାହୁଲ ଅନ୍ୟ ଏକ ଟ୍ୱିଟରେ କହିଛନ୍ତି ଯେ ଡାକ୍ତରଖାନାରେ କୌଣସି ପରୀକ୍ଷା ହେଉନାହିଁ, ବେଡ୍ ନାହିଁ, ଭେଣ୍ଟିଲେଟର ନାହିଁ, ଅମ୍ଳଜାନ ନାହିଁ, ଟିକା ନାହିଁ। ଖାଲି ଉତ୍ସବ ମନାଇବାରେ ବାହାନା ଚାଲିଛି ।