କର୍ଣ୍ଣାଟକ: ଅକ୍ସିଜେନ ଅଭାବରୁ ୨୪ କୋଭିଡ୍ ରୋଗୀଙ୍କ ମୃତ୍ୟୁ | News Room Odisha

କର୍ଣ୍ଣାଟକ: ଅକ୍ସିଜେନ ଅଭାବରୁ ୨୪ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ବେଙ୍ଗାଲୁରୁ: ପୁଣି ଅକ୍ସିଜେନ ଅଭାବରୁ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଛି । କର୍ଣ୍ଣାଟକର ଚାମରାଜାନଗର ଜିଲ୍ଲାର ଏକ ଡାକ୍ତରଖାନାରେ ଅକ୍ସିଜେନ ଅଭାବରୁ ଅତି କମରେ ୨୪ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହି ଡାକ୍ତରଖାନା ମହୀଶୂର ସହରଠାରୁ ୬୦ କିଲୋମିଟର ଦୂରରେ ଅବସ୍ଥିତ |
ଏହି ଘଟଣା ଚାମରାଜାନଗର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଘଟିଛି। ମୁଖ୍ୟମନ୍ତ୍ରୀ ୟେଦୁରୁପ୍ପା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମେଡିକାଲ କଲେଜର ଡିନ୍ ଡକ୍ଟର ଜିଏମ୍ ସଞ୍ଜୀବ କହିଛନ୍ତି ଯେ ରାତି ୧୨ ଟାରୁ ୨ଟା ମଧ୍ୟରେ ଅକ୍ସିଜେନ ଚାପ କମିଯାଇଥିଲା। ଏହି କାରଣରୁ ଭେଣ୍ଟିଲେଟରରେ ଥିବା
୨୪ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ଅକ୍ସିଜେନ ଚାପ କମିଯିବା ପରେ ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯାଇଥିଲା ବୋଲି ଡାକ୍ତର ସଞ୍ଜୀବ କହିଛନ୍ତି। ସେ କହିଛନ୍ତି ଯେ ଆମକୁ ପ୍ରତି ୩୫ ମିନିଟରେ ୧୦ ଟି ଅକ୍ସିଜେନ ସିଲିଣ୍ଡର ଦରକାର, କିନ୍ତୁ ଆମକୁ ଅକ୍ସିଜେନ ମିଳିବାରେ ବିଳମ୍ବ ହୋଇଥିଲା ଏବଂ ଅକ୍ସିଜେନ ସ୍ତର ରାତି ୧୨ ଟାରୁ ୨ଟା ମଧ୍ୟରେ ହ୍ରାସ ପାଇଥିଲା।