କିଡନୀ ଚୋରି ରାକେଟ୍‌ର କିଙ୍ଗପିନ୍ ସହ ବହୁ ଲୋକ ଯୋଗାଯୋଗରେ ଥିବା ଅଭିଯୋଗ  | News Room Odisha

କିଡନୀ ଚୋରି ରାକେଟ୍‌ର କିଙ୍ଗପିନ୍ ସହ ବହୁ ଲୋକ ଯୋଗାଯୋଗରେ ଥିବା ଅଭିଯୋଗ 

ଭୁବନେଶ୍ୱର- ବହୁଚର୍ଚ୍ଚିତ କିଡନୀ ଚୋରି ରାକେଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ହିମାଂଶୁ ନନ୍ଦର ରିମାଣ୍ଡ ଆଜି ସରୁଛି । ଏଣେ ଏ ଘଟଣା ନେଇ ଡିସିପି ସୂଚନା ଦେଇଛନ୍ତି ଯେ, ହିମୀଂଶୁ ଯୋଗାଯୋଗରେ ଅନେକ ଲୋକ ଥିବା ଜଣାପଡିଛି । କିଛି ଘରୋଇ ହସପିଟାଲର କର୍ମଚାରୀ ହିମାଂଶୁ ସହ ଲିଙ୍କରେ ଥିବା ଜଣାପଡିଛି । ହିମାଂଶୁର ଆକାଉଂଟ୍ ଯାଂଚ ଚାଲିଛି । ଆବଶ୍ୟକ ହେଲେ ତାକୁ ପୁଣି ରିମାଣ୍ଡରେ ଆଣି ପଚରାଉଚରା କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି ।