କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଚାଷୀ | News Room Odisha

କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ଚାଷୀ

ନୂଆଦିଲ୍ଲୀ – କୃଷି ଆଇନକୁ ନେଇ ଚାଲିଥିବା ଚାଷୀ ଓ କେନ୍ଦ୍ର ମଧ୍ୟରେ ଲଢେଇ ଏବେ ସୁପ୍ରିମକୋର୍ଟରେ ପହ ିଛି । ତିନି କୃଷି ଆଇନକୁ ଚାଲେଞ୍ଜ୍ କରି ଭାରତୀୟ କିଷାନ ୟୁନିୟନ (ବିକେୟୁ) ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି । ଏହି ନୂଆ କୃଷି ଆଇନ ଚାଷୀମାନଙ୍କୁ ଦୁର୍ବଳ କରିଦେବ ବୋଲି ଦର୍ଶାଇ ଏହାକୁ ରଦ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ନିବେଦନ କରିଛି ବିକେୟୁ । କୃଷି ଆଇନକୁ ପ୍ରତ୍ୟାହାର ନ କରାଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ଦିଲ୍ଲୀକୁ ସଂଯୋଗ କରୁଥିବା ସବୁ ରାସ୍ତା ଜାମ୍ କରିଦିଆଯିବ ସହ ଟୋଲ ପ୍ଲାଜା ବନ୍ଦ କରାଯିବ । ଦେଶବ୍ୟାପୀ ରେଳରୋକ ବି କରାଯିବ ବୋଲି ସେମାନେ ଧମକ୍ ଦେଇଛନ୍ତି । ସେପଟେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଚାଷୀମାନଙ୍କୁ ଆନ୍ଦୋଳନ ଛାଡ଼ି କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି । ତୋମର କହିଛନ୍ତି ଯେ ଚାଷୀମାନଙ୍କୁ ଦିଆଯାଇଥିବା ପ୍ରସ୍ତାବର ଜବାବ ଅପେକ୍ଷାରେ ସରକାର ରହିଛନ୍ତି । ଆମେ ସେମାନଙ୍କୁ ସବୁ ଆପ ି, ଅଭିଯୋଗ ଦୂର କରିବାକୁ ଉଦ୍ୟମ କରିଥିଲୁ । ଉଲ୍ଲେଖଯୋଗ୍ୟ ଯେ, କୃଷି ଆଇନରେ ସଂଶୋଧନ ନେଇ କେନ୍ଦ୍ରର କିଛି ଲିଖିତ ପ୍ରସ୍ତାବକୁ ବୁଧବାର କୃଷକ ସଂଗଠନ ପ୍ରତ୍ୟାଖ୍ୟାନ କରିଦେଇଥିଲେ । ତେବେ ତୋମର କହିଛନ୍ତି ଯେ, ଚାଷୀମାନେ ସରକାରଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିବା ଖବର ଆମେ କେବଳ ଗଣମାଧ୍ୟମରୁ ଜାଣିଲୁ । ଚାଷୀମାନଙ୍କ ଠାରୁ ଏ ବାବଦରେ ଏଯାବତ କିଛି ଉ ର ପାଇନାହୁଁ ।