କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ: ସୋସିଆଲ ମିଡିଆରେ କୋଭିଡ୍ ସମ୍ବନ୍ଧୀୟ ତଥ୍ୟ ଚାପି ଦିଆଗଲେ ଅଦାଲତ ଅବମାନନା ହେବ | News Room Odisha

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ: ସୋସିଆଲ ମିଡିଆରେ କୋଭିଡ୍ ସମ୍ବନ୍ଧୀୟ ତଥ୍ୟ ଚାପି ଦିଆଗଲେ ଅଦାଲତ ଅବମାନନା ହେବ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅକ୍ସିଜେନ ଅଭାବ ଏବଂ ବ୍ୟବସ୍ଥାର ବିଫଳତା ପ୍ରସଙ୍ଗରେ ଶୁକ୍ରବାର ଦିନ ସୁପ୍ରିମକୋର୍ଟର ପୁଣି ଶୁଣାଣି ହୋଇଛି। କୋର୍ଟ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି, ‘ଆମେ ଏହା ସ୍ପଷ୍ଟ କରିବାକୁ ଚାହୁଁଛୁ ଯେ ଯଦି ଜଣେ ନାଗରିକ ସୋସିଆଲ ମିଡିଆରେ ଅଭିଯୋଗ କରନ୍ତି ତେବେ ଏହି ତଥ୍ୟ ମିଥ୍ୟା ବୋଲି କୁହାଯାଇପାରିବ ନାହିଁ। ଏହିପରି ସୂଚନାକୁ ଚାପି ଦିଆଯାଉ ବୋଲି ଆମେ ଚାହୁଁନାହୁଁ | ଯଦି ଏପରି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ଆମେ ଏହାକୁ ଅଦାଲତ ଅବମାନନା ବୋଲି ବିବେଚନା କରିବୁ ।

ଟୀକାକରଣ ଏବଂ ଅକ୍ସିଜେନ ସମ୍ବନ୍ଧରେ ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୂଡ ପୁଣି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ରାଜ୍ୟମାନଙ୍କୁ ଟିକା ବଣ୍ଟନରେ ପକ୍ଷପାତିତା କରାଯାଉଛି କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଏହି ୫ଟି ପ୍ରଶ୍ନ ପଚାରିଛନ୍ତି:

୧. ଅକ୍ସିଜେନ ଟ୍ୟାଙ୍କର୍ ଏବଂ ସିଲିଣ୍ଡର ଯୋଗାଣକୁ ନେଇ କଣ ପଦକ୍ଷେପ ନିଆଯାଇଛି?

୨. ଆପଣ କେତେ ପରିମାଣର ଅକ୍ସିଜେନ ଯୋଗାଣ ଆଶା କରନ୍ତି?

୩. ନିରକ୍ଷର ଏବଂ ଇଣ୍ଟରନେଟ୍ ନଥିବା ଲୋକଙ୍କ ପଞ୍ଜୀକରଣ ପାଇଁ କ’ଣ ବ୍ୟବସ୍ଥା ?

୪. କେନ୍ଦ୍ର କହିଛି ଯେ ୫୦% ଟିକା ରାଜ୍ୟମାନଙ୍କୁ ଦିଆଯିବ, ଟିକା ଉତ୍ପାଦନକାରୀମାନେ ଏହି ପ୍ରସଙ୍ଗରେ କିପରି ନିରପେକ୍ଷତା ଅବଲମ୍ବନ କରିବେ?

୫. ୧୮ ରୁ ୪୫ ବର୍ଷ ବୟସବର୍ଗର କେତେ ଲୋକ ଅଛନ୍ତି..?

କେନ୍ଦ୍ର ଏହାର ସ୍ପଷ୍ଟ ଉତ୍ତର ଦେବା ଉଚିତ୍ ।