କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ: କେବଳ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ମାଗଣା ଟିକା | News Room Odisha

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ: କେବଳ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ମାଗଣା ଟିକା

ନୂଆଦିଲ୍ଲୀ – ଆଜି ସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଟୀକାକରଣର ଡ୍ରାଏ ରନ୍ ଚାଲିଛି। ଏହି ଅବସରରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ କହିଥିଲେ ଯେ କରୋନା ଟିକା ସାରା ଦେଶରେ ଲୋକଙ୍କୁ ମାଗଣାରେ ଦିଆଯିବ। କିନ୍ତୁ କିଛି ସମୟ ପରେ ସେ ଏନେଇ ଟ୍ୱିଟ୍ କରି ସ୍ପଷ୍ଟୀକରଣ ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ବର୍ତ୍ତମାନ କହିଛନ୍ତି ଯେ ଦେଶର କେବଳ ତିନି କୋଟି ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମାଗଣା ଟିକା ଦିଆଯିବ।

ଡକ୍ଟର ହର୍ଷ ବର୍ଦ୍ଧନ ଟ୍ୱିଟ କରି କହିଛନ୍ତି, ଯେଉଁମାନେ କେବଳ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀ ଅଟନ୍ତି ସେମାନଙ୍କୁ ମାଗଣା ଟିକା ଦିଆଯିବ। ଏହିପରି ଲୋକଙ୍କ ସଂଖ୍ୟା ପ୍ରାୟ ତିନି କୋଟି। ଅନ୍ୟମାନେ କିପରି ଟିକା ପାଇବେ ଜୁଲାଇ ସୁଦ୍ଧା ନିଷ୍ପତ୍ତି ନିଆଯିବ। ଏହାପୂର୍ବରୁ ଡକ୍ଟର ହର୍ଷ ବର୍ଦ୍ଧନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଦିଲ୍ଲୀରେ କରୋନା ଟିକା ମାଗଣା ହେବା ମାତ୍ରେ ଏହା ସମସ୍ତ ରାଜ୍ୟରେ ମଧ୍ୟ ମାଗଣାରେ ମିଳିବ କି? ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, କେବଳ ଦିଲ୍ଲୀରେ ନୁହେଁ ସମଗ୍ର ଦେଶରେ କରୋନା ଟିକା ମାଗଣା ହେବ ।

COVID-19 VaccineHealth Min Dr Harsh Vardhan