କେରଳରେ ଭାଙ୍ଗିବ ୪୦ ବର୍ଷର ପରମ୍ପରା ? କ୍ଷମତା ବଜାୟ ରଖିବା ଅଭିମୁଖେ ଏଲଡିଏଫ୍ | News Room Odisha

କେରଳରେ ଭାଙ୍ଗିବ ୪୦ ବର୍ଷର ପରମ୍ପରା ? କ୍ଷମତା ବଜାୟ ରଖିବା ଅଭିମୁଖେ ଏଲଡିଏଫ୍

ଥିରୁଭନନ୍ତପୁରମ : କେରଳ ବିଧାନସଭା ନିର୍ବାଚନ ଫଳାଫଳର ଟ୍ରେଣ୍ଡକୁ ଦେଖିଲେ ଏହା ସ୍ପଷ୍ଟ ଯେ ଚାରି ଦଶନ୍ଧି ପୁରୁଣା ପରମ୍ପରା ଭଙ୍ଗ ହେବାକୁ ଯାଉଛି।

ପ୍ରାରମ୍ଭିକ ଟ୍ରେଣ୍ଡରେ ଏହା ସ୍ପଷ୍ଟ ହୋଇଛି ଯେ ବାମପନ୍ଥୀ ମେଣ୍ଟ ଏଲଡିଏଫ୍ କ୍ଷମତା ବଜାୟ ରଖିବାକୁ ଯାଉଛି। ୧୯୮୦ ପରଠାରୁ ରାଜ୍ୟରେ ପ୍ରତି ପାଞ୍ଚ ବର୍ଷରେ କଂଗ୍ରେସ ନେତୃତ୍ଵାଧୀନ ୟୁଡିଏଫ୍ ଏବଂ ଏଲଡିଏଫ୍ କ୍ଷମତାକୁ ଆସୁଥିଲେ ।

ତେବେ ଏଥର ପୁଣିଥରେ ଏଲଡିଏଫ୍ ସରକାର ଗଠନ କରିବ ବୋଲି ଭୋଟର ଗଣତି ଟ୍ରେଣ୍ଡରୁ ଜଣାପଡୁଛି। ଟ୍ରେଣ୍ଡରୁ ଜଣାପଡିଛି ଯେ ୧୪୦ ସିଟ୍ ବିଶିଷ୍ଟ କେରଳ ବିଧାନସଭାରେ ଏଲଡିଏଫ୍ ୯୦ରୁ ଅଧିକ ଆସନରେ ଆଗୁଆ ଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ମାତ୍ର ୪୪ଟି ଆସନରେ ଆଗୁଆ ରହିଛି। ଭାରତୀୟ ଜନତା ପାର୍ଟି ପାଇଁ ଆଶ୍ବସ୍ତିକର ଖବର ହେଉଛି ଯେ ଦଳ ନିଜ ସ୍ଥିତିରେ ଉନ୍ନତି ଆଣିଛି ଏବଂ ଗତଥର ଅପେକ୍ଷା ଏହା ଅଧିକ ୨ ଟି ସିଟ୍ ପାଇବା ସମ୍ଭାବନା ରହିଛି