କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ୭.୫ କୋଟି ଦାନ କଲା ରାଜସ୍ଥାନ ରୟାଲ୍ସ | News Room Odisha

କୋଭିଡ୍‌-୧୯ ବିରୋଧୀ ଲଢ଼େଇ ପାଇଁ ୭.୫ କୋଟି ଦାନ କଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଆଇପିଏଲ୍ ଟିମ୍ ରାଜସ୍ଥାନ ରୟାଲ୍ସ କୋଭିଡ୍‌-୧୯ ବିରୋଧୀ ଲଢ଼େଇରେ ସହାୟତାର ହାତ ବଢ଼ାଇଛି । କୋଭିଡ୍‌-୧୯ର ଭୟାନକ ଦ୍ୱିତୀୟ ଲହରୀରେ ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୭.୫ କୋଟି ଟଙ୍କା ଦାନ କରାଯାଇଛି । ରାଜସ୍ଥାନ ରୟାଲ୍ସ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏହି ସୂଚନା ଦେଇଛି । ସାମ୍ପ୍ରତିକ ସଙ୍କଟର ମୁକାବିଲା ଏବଂ ବର୍ତ୍ତମାନ ଅତ୍ୟାବଶ୍ୟକ ହୋଇପଡିଥିବା ଅକ୍ସିଜେନ ଯୋଗାଣ ପାଇଁ ଦଳର ସବୁ ମାଲିକ, ଖେଳାଳି ଏବଂ ଷ୍ଟାଫ୍ ଏକାଠି ଆର୍ଥିକ ସହାୟତା ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ।

ନିକଟରେ ଅଷ୍ଟ୍ରେଲୀୟ ଷ୍ଟାର ତଥା କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପେସର ପ୍ୟାଟ୍ କମିନ୍ସ ଭାରତର ହସ୍ପିଟାଲ ଗୁଡିକୁ ଅକ୍ସିଜେନ୍ ଯୋଗାଣ ପାଇଁ ୫୦ ହଜାର ଡଲାର (୩୭ ଲକ୍ଷ) ‘ପିଏମ୍ କେୟାର୍ସ’ ପାଣ୍ଠିକୁ ଦାନ କରିଥିଲେ । ପରେ ଅଷ୍ଟ୍ରେଲିଆର ପୂର୍ବତନ ପେସର ବ୍ରେଟ୍ ଲି’ ମଧ୍ୟ ଭାରତକୁ ୪୦ ଲକ୍ଷ ଟଙ୍କା ସହାୟତା ଦେଇଥିଲେ ।