କୋଭିଡ ନିୟମ ଉଲ୍ଲଂଘନ ପାଇଁ ବ୍ରହ୍ମପୁରର ତିନିଟି କୋଚିଂ ସେଂଟର ସିଲ୍ | News Room Odisha

କୋଭିଡ ନିୟମ ଉଲ୍ଲଂଘନ ପାଇଁ ବ୍ରହ୍ମପୁରର ତିନିଟି କୋଚିଂ ସେଂଟର ସିଲ୍

ବ୍ରହ୍ମପୁର- କୋଭିଡ ନିୟମ ଉଲ୍ଲଂଘନ ପାଇଁ ବ୍ରହ୍ମପୁରର ତିନିଟି କୋଚିଂ ସେଂଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବ୍ରହ୍ମପୁର ମହାନଗର ନିଗମ-ବିଇଏମସି ଏନଫୋର୍ସମେଂଟ ସ୍କ୍ୱାଡ୍ ସହରର ତିନିଟି କୋଚିଂ ସେଂଟରକୁ ସିଲ୍ କରିଛି । ନିୟମ ଉଲ୍ଲଂଘନ କରି ଏସବୁ କୋଚିଂ ସେଂଟରରେ ଅଫଲାଇନ୍ କ୍ଲାସ ହେଉଥିବା ନେଇ ଅଭିଯୋଗ ହୋଇଥିଲା । ହିଲପାଟଣା ତୃତୀୟ ଗଳି ସ୍ଥିତ ଗେଟ୍ ପଏଂଟ୍‌, ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡ୍ ସମ୍ମୁଖସ୍ଥ ବିବେକ ଟ୍ୟୁଟୋରିଆଲ୍ ଓ କମର୍ସ ପ୍ଲେସ୍ ।