କୋଭିଡ ମୁକାବିଲା : ଏମକେସିଜିରେ ଦ୍ୱିତୀୟ ଉତ୍ସର୍ଗୀକୃତ କୋଭିଡ ହସପିଟାଲ୍ କାର୍ଯ୍ୟକ୍ଷମ, ଆସ୍କା ସିଏଚସିରେ ରୋଗୀ ସେବା ଆରମ୍ଭ | News Room Odisha

କୋଭିଡ ମୁକାବିଲା : ଏମକେସିଜିରେ ଦ୍ୱିତୀୟ ଉତ୍ସର୍ଗୀକୃତ କୋଭିଡ ହସପିଟାଲ୍ କାର୍ଯ୍ୟକ୍ଷମ, ଆସ୍କା ସିଏଚସିରେ ରୋଗୀ ସେବା ଆରମ୍ଭ

ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲାରେ କୋରୋନାର ସାଂଘାତିକ ଦ୍ୱିତୀୟ ଲହର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ଏହି କ୍ରମରେ ଆଜି ଏମକେସିଜି ମେଡିକାଲ କଲେଜ ଓ ହସପିଟାଲରେ ଦ୍ୱିତୀୟ ଉତ୍ସର୍ଗୀକୃତ କୋଭିଡ୍ ହସପିଟାଲ୍ କାର୍ଯ୍ୟକ୍ଷମ ହୋଇଛି । ଏହି ଦ୍ୱିତୀୟ କୋଭିଡ ହସପିଟାଲରେ ୩୦୦ଟି ବେଡ୍ ଓ ୫୪ଟି ଆଇସିୟୁ ବେଡ୍ ରହିଛି । ସବୁ ବେଡ୍‌ରେ ଅକ୍ସିଜେନ୍ ସପୋର୍ଟ ରହିଛି । ଏଣେ ଆସ୍କା କୋଭିଡ୍ ହେଲଥ୍ ସେଂଟରରେ ଆଜିଠାରୁ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଛି । ଏହି ସେଂଟରେ ଅକ୍ସିଜେନ ସପୋର୍ଟ ଥାଇ ମୋଟ ୧୦୦ଟି ବେଡ୍ ରହିଛି ।