କୋଭିଡ ମୁକାବିଲା : ପଶ୍ଚିମ ଓଡିଶାର ୫ ଜିଲ୍ଲାକୁ ଯିବେ ୧୭ ଓଏଏସ ଅଧିକାରୀ | News Room Odisha

କୋଭିଡ ମୁକାବିଲା : ପଶ୍ଚିମ ଓଡିଶାର ୫ ଜିଲ୍ଲାକୁ ଯିବେ ୧୭ ଓଏଏସ ଅଧିକାରୀ

ଭୁବନେଶ୍ୱର- କୋଭିଡ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ୧୭ ଜଣ ଓଏଏସ ଅଧିକାରୀଙ୍କୁ ୫ଟି ଜିଲ୍ଲାକୁ ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ନୂଆପଡା, ବଲାଙ୍ଗିର, ବରଗଡ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାକୁ ଓଏଏସ ଅଧିକାରୀଙ୍କୁ ପଠାଯିବ । ନୂଆପଡାକୁ ୫, ବଲାଙ୍ଗିରକୁ ୩, ବରଗଡକୁ ୩, ସମ୍ବଲପୁରକୁ ୨ ଓ ସୁନ୍ଦରଗଡକୁ ୪ ଓଏଏସ ଅଧିକାରୀ ଯିବେ । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସଂପୃକ୍ତ ଜିଲ୍ଲାରେ କାର୍ଯ୍ୟ କରିବାକୁ ଓଏଏସମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।