ଭୁବନେଶ୍ୱର- ସଂସ୍କୃୃତି ଭବନଠାରେ କୋଭିଡ ସଚେତନତା ରଥର ଶୁଭାରମ୍ଭ ହୋଇଛି । ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦ ଦାସ ଏହି ରଥର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଦୀର୍ଘ ୮ ମାସ ହେଲା ଓଡିଶାକୁ କୋରୋନା କବଳିତ କରି ରଖିଛି । ମାତ୍ର ମୁଖ୍ୟମନ୍ତ୍ରୀଙ୍କର ଦୂରଦୃଷ୍ଟି କୋରୋନାକୁ ନିୟନ୍ତ୍ରଣରେ ରଖିପାରିଛି ବୋଲି ସେ କହିଛନ୍ତି । ରାଜ୍ୟରେ କୋରୋନା ମୃତ୍ୟୁହାର କମ୍ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।