କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଭର୍ତ୍ତି କରିବା ପାଇଁ କରୋନା ପଜିଟିଭ୍ ରିପୋର୍ଟ ବାଧ୍ୟତାମୂଳକ ହେବ ନାହିଁ | News Room Odisha

କୋଭିଡ ହସ୍ପିଟାଲରେ ରୋଗୀଙ୍କୁ ଭର୍ତ୍ତି କରିବା ପାଇଁ କରୋନା ପଜିଟିଭ୍ ରିପୋର୍ଟ ବାଧ୍ୟତାମୂଳକ ହେବ ନାହିଁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କୋରୋନା ରୋଗୀଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ମନ୍ତ୍ରଣାଳୟ ଜାତୀୟ ନୀତିରେ ପରିବର୍ତ୍ତନ କରିଛି। କୋଭିଡ ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କରୋନା ପଜିଟିଭ୍ ରିପୋର୍ଟ ଆଉ ବାଧ୍ୟତାମୂଳକ ହେବ ନାହିଁ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ କୋଭିଡ -୧୯ ର ସନ୍ଦିଗ୍ଧ ମାମଲା ସିସିସି, ଡିସିଏଚସି କିମ୍ବା ଡିଏଚସିର ସନ୍ଦିଗ୍ଧ ୱାର୍ଡରେ ଭର୍ତ୍ତି କରାଯିବ। କୌଣସି ପରିସ୍ଥିତିରେ ବି କୌଣସି ରୋଗୀଙ୍କୁ ସେବାରୁ ବଞ୍ଚିତ କରାଯିବ ନାହିଁ। ଅକ୍ସିଜେନ ହେଉ ଅବା ଅତ୍ୟାବଶ୍ୟକ ଔଷଧ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ମିଳିବ । ରୋଗୀ ଏକ ଭିନ୍ନ ସହରର ହୁଅନ୍ତୁ ନା କାହିଁକି ସବୁ ସନ୍ଦିଗ୍ଧ କରୋନା ରୋଗୀଙ୍କୁ ସ୍ବାସ୍ଥ୍ୟସେବା ମିଳିବ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବୈଧ ପରିଚୟ ପତ୍ର କିମ୍ବା ଆବାସିକ ପ୍ରମାଣପତ୍ର ନଥିଲେ ରୋଗୀଙ୍କୁ କୋଭିଡ୍ ହସ୍ପିଟାଲରେ ଆଡ଼ମିଶନ ପାଇଁ ବାରଣ କରାଯିବ ନାହିଁ । ମନ୍ତ୍ରଣାଳୟ କହିଛି ଯେ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକତା ଭିତ୍ତିରେ ହେବା ଉଚିତ।