କୋଭିଡ-୧୯: ବ୍ରିଟେନରୁ ୧୦୦ ଭେଣ୍ଟିଲେଟର ଏବଂ ୯୫ ଅକ୍ସିଜେନ କନସେଣ୍ଟ୍ରଟର ଭାରତ ପହଞ୍ଚିଲା | News Room Odisha

କୋଭିଡ-୧୯: ବ୍ରିଟେନରୁ ୧୦୦ ଭେଣ୍ଟିଲେଟର ଏବଂ ୯୫ ଅକ୍ସିଜେନ କନସେଣ୍ଟ୍ରଟର ଭାରତ ପହଞ୍ଚିଲା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀର ଭୟଙ୍କର ଦ୍ୱିତୀୟ ଲହରୀର ମୁକାବିଲା ପାଇଁ ଆଜି ବ୍ରିଟେନରୁ ପ୍ରଥମ ବ୍ୟାଚ୍ ଭେଣ୍ଟିଲେଟର ଏବଂ ଅକ୍ସିଜେନ କନସେଣ୍ଟ୍ରଟର ଭାରତରେ ପହଞ୍ଚିଛି। ସୋମବାର ସନ୍ଧ୍ୟାରେ ଏହା ବ୍ରିଟେନ ଛାଡିଥିଲା । ବ୍ରିଟେନର ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ସପ୍ତାହରେ ଚିକିତ୍ସା ଉପକରଣର ପରବର୍ତ୍ତୀ ବ୍ୟାଚ୍ ଭାରତରେ ପହଞ୍ଚିବ। ଏଥିରେ ୯ଟି ଏୟାରଲାଇନ୍ସ କଣ୍ଟେନର ଲୋଡ୍ ରହିଛି |

ଏହାଛଡା ୪୯୫ ଅକ୍ସିଜେନ କନସେଣ୍ଟ୍ରଟର, ୧୨୦ ନନ୍-ଇଭେଜିଭ୍ ଭେଣ୍ଟିଲେଟର ଏବଂ ୨୦ଟି ମାନୁଆଲ୍ ଭେଣ୍ଟିଲେଟର ରହିଛି |
ସୂତ୍ରରୁ ପ୍ରକାଶ ଯେ ବର୍ତ୍ତମାନ ଆବଶ୍ୟକ ଉପକରଣର ନିରନ୍ତର ପ୍ରବାହକୁ ତ୍ୱରାନ୍ୱିତ କରିବା ଉପରେ ଧ୍ୟାନ ଦିଆଯାଉଛି। ଭାରତର ଆବଶ୍ୟକତା ପୂରଣ କରିବା ପାଇଁ ଉଭୟ ଦେଶର ସରକାରୀ ବିଭାଗ, ହାଇ କମିଶନ, ବ୍ରିଟେନରେ ଭାରତୀୟ ମୂଳ ଗୋଷ୍ଠୀ ମଧ୍ୟରେ ଆଲୋଚନା ଚାଲିଛି।