କୋରୋନା ପରେ ଆଉ ଏକ ଚୀନ୍ ଭାଇରସଠାରୁ ବିପଦ, କ୍ୟାଟ କ୍ୟୁ ଭାଇରସ ନେଇ ବୈଜ୍ଞାନିକଙ୍କ ସତର୍କବାଣୀ | News Room Odisha

କୋରୋନା ପରେ ଆଉ ଏକ ଚୀନ୍ ଭାଇରସଠାରୁ ବିପଦ, କ୍ୟାଟ କ୍ୟୁ ଭାଇରସ ନେଇ ବୈଜ୍ଞାନିକଙ୍କ ସତର୍କବାଣୀ

ନୂଆଦିଲ୍ଲୀ –କୋରୋନା ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଏବେ ଚୀନର ଆଉ ଏକ ଭୂତାଣୁକୁ ନେଇ ଚିନ୍ତା ପ୍ରକାଶ ପାଇଛି । ବୈଜ୍ଞାନିକମାନେ ଆଉ ଏକ ଚୀନ୍ ଭାଇରସ ଆବିଷ୍କାର କରିଛନ୍ତି , ଯାହା ଦ୍ୱାରା କି ବିଶ୍ୱରେ ଆଉ ଏକ ରୋଗ ବ୍ୟାପିବା ଆଶଙ୍କା ରହିଛି । ଏହି ଭାଇରସର ନାମ ହେଉଛି କ୍ୟାଟ୍ କ୍ୟୁ ଭାଇରସ ( ସିକ୍ୟୁଭି ) । ଏହି ଭାଇରସ ସଂପର୍କରେ ଆଇସିଏମଆର୍ ଭାରତ ସରକାରଙ୍କୁ ଚେତାବନୀ ଦେଇଛି । ସିକ୍ୟୁଭି ଭାରତରେ ବି ବ୍ୟାପିପାରେ ବୋଲି ଆଇସିଏମଆର୍ କହିଛି ।

ଏହି ଭାଇରସ ଆର୍ଥ୍ରୋପୋଡ୍ ଜନିତ ଭାଇରସ ଶ୍ରେଣୀର ଅନ୍ତର୍ଭୁକ୍ତ । ଏହା କ୍ୟୁଲେକ୍ସ ନାମକ ଏକ ମଶା ସମେତ ଘୁଷୁରୀଠାରେ ବି ଦେଖାଯାଏ । ଚୀନ ଓ ଭିଏତନାମରେ ଅଧିକ ସଂଖ୍ୟକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଖବର ମିଳିଛି । ଏହି ଭାଇରସ ଦ୍ୱାରା ଜ୍ୱରଜନିତ ଅସୁସ୍ଥତା ( ଫିବ୍ରାଇଲ୍ ଇଲନେସ୍ ) , ମେନିନଜିଟିସ୍ ଓ ପିଡ୍ରିଆଟିକ୍ ଏନସିଫାଲିଟିସ ଭଳି ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଛି ।