କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବ୍ୟାଙ୍କଗୁଡିକର ଗ୍ରାହକ ସେବା ସମୟରେ ପରିବର୍ତ୍ତନ, ସକାଳ ୧୦ରୁ ଦିନ ୨ଟା ଯାଏଁ ହିଁ ଗ୍ରାହକ ସେବା | News Room Odisha

କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବ୍ୟାଙ୍କଗୁଡିକର ଗ୍ରାହକ ସେବା ସମୟରେ ପରିବର୍ତ୍ତନ, ସକାଳ ୧୦ରୁ ଦିନ ୨ଟା ଯାଏଁ ହିଁ ଗ୍ରାହକ ସେବା

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ବ୍ୟାଙ୍କଗୁଡିକ ଗ୍ରାହକ ସେବା ସମୟରେ ପରିବର୍ତ୍ତନ କରିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ଆଜିଠାରୁ ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ନ ୨ଟା ଯାଏଁ ଗ୍ରାହକ ସେବା ଯୋଗାଇବେ । ରାଜ୍ୟସ୍ତରୀୟ ବ୍ୟାଙ୍କସମୂହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଏ ସଂପର୍କରେ ଏକ ନିର୍ଦ୍ଦେଶନାମା ସବୁ ବ୍ୟାଙ୍କ ମହାପ୍ରବନ୍ଧକଙ୍କୁ ଦିଆଯାଇଛି । ବ୍ୟାଙ୍କଗୁଡିକ ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏଁ ଖୋଲା ରହିବ । କିନ୍ତୁ ଗ୍ରାହକ ସେବା ଅପରାହ୍ନ ୨ଟା ଯାଏଁ ହିଁ ମିଳିବ ।