କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ | News Room Odisha

କୋରୋନା ସ୍ଥିତି ନିୟନ୍ତ୍ରଣାଧୀନ : ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ସେ କହିଛନ୍ତି ଯେ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡରୁ ଆସୁଥିବା ଲୋକଙ୍କର ସ୍କ୍ରିନିଂ କରାଯିବ । ଲକ୍ଷଣ ଥିଲେ କୋଭିଡ ଟେଷ୍ଟ କରାଯିବ ବୋଲି ସେ କହିଛନ୍ତି । ୫ ରାଜ୍ୟରୁ ଆସିଥିବା ଲୋକ ହୋମ ଆଇସୋଲେସନରେ ରହିବେ ବୋଲି ମନ୍ତ୍ରୀ କହିଛନ୍ତି ।