ଗଛରେ ପିଟି ହୋଇ ୧୦ ଫୁଟ ତଳକୁ ଖସିଲା ବୋଲୋରୋ, ୪ ମୃତ | News Room Odisha

ଗଛରେ ପିଟି ହୋଇ ୧୦ ଫୁଟ ତଳକୁ ଖସିଲା ବୋଲୋରୋ, ୪ ମୃତ

କେନ୍ଦୁଝର- କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ସୋମଗିରି ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ସଡକ ଦୁର୍ଘଟମାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଗଛରେ ପିଟି ହୋଇ ପ୍ରାୟ ୧୦ ଫୁଟତଳକୁ ଏକ ବୋଲେରୋ ଖସି ପଡିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ହାଟବାଦଳାର ଟେଂଟପଶି ଗାଁରେ ବୋଲି ଜଣାପଡିଛି । ମିଳିଥିବା ସୂଚନାରେ ସେମାନେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁରର ଜିରାଙ୍ଗ ହଙ୍କଳର ଗୋରୁ କିଣିବା ପାଇଁ ଯାଉଥିବା ବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Road Accident