ଗଞ୍ଜାମ ଜିଲ୍ଲାର ଅନାଥ ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ନେଲେ ଇଟାଲୀ ଦଂପତ୍ତି | News Room Odisha

ଗଞ୍ଜାମ ଜିଲ୍ଲାର ଅନାଥ ଶିଶୁକନ୍ୟାଙ୍କୁ ପୋଷ୍ୟ ଭାବେ ନେଲେ ଇଟାଲୀ ଦଂପତ୍ତି

ଛତ୍ରପୁର- ଇଟାଲୀର ଏକ ଦଂପତ୍ତି ଗଂଜାମ ଜିଲ୍ଲାର ଜଣେ ଅନାଥ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ସମସ୍ତ ହସ୍ତାନ୍ତର ପ୍ରକ୍ରିୟା ଶେଷ କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ଉପସ୍ଥିତିରେ ଶିଶୁ କନ୍ୟା ସ୍ନେହାଙ୍କୁ ଇଟାଲୀ ଦଂପତ୍ତିଙ୍କୁ ହସ୍ତାନ୍ତର କରାଯାଇଛି ।

ପୂର୍ବରୁ ଗଂଜାମ ଜିଲ୍ଲାରୁ ଦେଶ ବାହାରକୁ ପୋଷ୍ୟ ସନ୍ତାନ ଭାବେ ଆଗରୁ ଦୁଇ ଜଣ ଯାଇଥିବା ବେଳେ ଆଜି ତୃତୀୟ ପୋଷ୍ୟ ଭାବେ ସ୍ନେହାଙ୍କୁ ବାହାର ଦେଶର ଦଂପତ୍ତିଙ୍କୁ ପୋଷ୍ୟ ଭାବେ ହସ୍ତାନ୍ତର ହୋଇଛନ୍ତି ।

ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର ହୋଇଥିଲେ ସ୍ନେହା । ତାଙ୍କୁ ବ୍ରହ୍ମପୁରତ୍ତଉତ୍କଳ ବାଳାଶ୍ରମରେ ରଖାଯାଇଥିଲା । ଏବେ ସେ ଇଟାଲୀରେ ରହି ବଡ ହେବେ । ସ୍ନେହାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଇଟାଲୀୟ ଦଂପତ୍ତି ହେଲେ ନିକୋଲା ଗାମ୍ବାରୋ ଓ ଏଲିସା ୟୁବେଜିଓ ।