ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ନେଇ ବରିଷ୍ଠ ଅଧିକାରୀଙ୍କ ସହ ପୁରୀ ଗଜପତିଙ୍କ ଆଲୋଚନା | News Room Odisha

ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ନେଇ ବରିଷ୍ଠ ଅଧିକାରୀଙ୍କ ସହ ପୁରୀ ଗଜପତିଙ୍କ ଆଲୋଚନା

ପୁରୀ- ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ସଂପର୍କରେ ଆଲୋଚନା ପାଇଁ ପୁରୀ ମହାରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ବସିଛି । ବୈଠକରେ କୋଭିଡ ପ୍ରୋଟକଲ କଡାକଡି ପାଳନ କରାଯାଇ ଚନ୍ଦନ ଯାତ୍ରା ସହ ଜଡିତ ରୀତିନୀତି ସୂଚାରୁ ରୂପେ କିଭଳି ସଂପନ୍ନ ହେବ, ସେ ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ଚନ୍ଦନ ଯାତ୍ରା ଆୟୋଜନ ନେଇ ଆସନ୍ତାକାଲି ଛତିଶା ନିଯୋଗ ବୈଠକରେ ଅଧିକ ଆଲୋଚନା ହେବ । ଆଜିର ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର, ଦେବୋତ୍ତର କମିଶନର ସି.ଆର୍ ମହାପାତ୍ର, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଲ ସିଂହ, ଆଇନ ବିଭାଗର ଅତିରିକ୍ତ ସଚିବ ଲଲାଟେନ୍ଦୁ ଜେନା ଓ ମନ୍ଦିର ଅଧିକାରୀମାନେ ଯୋଗ ଦେଇଥିଲେ ।