ଚାକିରି ଠକେଇ ମାମଲାରେ ଆକାଶ ପାଠକଙ୍କୁ ଲଗାତର ତୃତୀୟ ଦିନ ଧରି କ୍ରାଇମବ୍ରାଂଚର ମାରାଥନ ଜେରା | News Room Odisha

ଚାକିରି ଠକେଇ ମାମଲାରେ ଆକାଶ ପାଠକଙ୍କୁ ଲଗାତର ତୃତୀୟ ଦିନ ଧରି କ୍ରାଇମବ୍ରାଂଚର ମାରାଥନ ଜେରା

ଭୁବନେଶ୍ୱର- ଚାକିରି ଠକେଇ ମାମଲାରେ ଟାଟା ମୋଟର୍ସର ନକଲି ଏମଡି ଆକାଶ ପାଠକଙ୍କୁ ତୃତୀୟ ଦିନ ପାଇଁ ଜେରା କରାଯାଇଛି । କ୍ରାଇମବ୍ରାଂଚର ଅଫିସରମାନେ ଆକାଶଙ୍କୁ ଜେରା କରିବାରେ ଲାଗିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ଠକେଇ ନେଇ ଆକାଶଙ୍କୁ ଜେରା ଚାଲିଛି । ତାଙ୍କୁ କିଏ କିଏ ଠକେଇରେ ସହଯୋଗ କରୁଥିଲେ, ସେ ନେଇ ଅଧିକ ତଥ୍ୟ ହାସଲ କରିବାକୁ ଚେଷ୍ଟା କରୁଛି କ୍ରାଇମବ୍ରାଂଚ । ମାରାଥନ ଜେରାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ପାଠକଙ୍କ ମଧ୍ୟରେ ଥିବା ସଂପର୍କ ବାବଦରେ ଅନେକ ତଥ୍ୟ କ୍ରାଇମବ୍ରାଂଚ ହାସଲ କରିଥିବା ଜଣାପଡିଛି । ଆକାଶ ପାଠକଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ ।