ଚାକିରି ଠକେଇ ମାମଲାରେ ବୋରିଗାଁ ସରପଂଚ ବସନ୍ତ ସାହୁ ଓ ପୁତୁରାକୁ କ୍ରାଇମବ୍ରାଂଚର ଜେରା | News Room Odisha

ଚାକିରି ଠକେଇ ମାମଲାରେ ବୋରିଗାଁ ସରପଂଚ ବସନ୍ତ ସାହୁ ଓ ପୁତୁରାକୁ କ୍ରାଇମବ୍ରାଂଚର ଜେରା

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ବୋରିଗାଁ ସରପଂଚ ବସନ୍ତ ସାହୁଙ୍କୁ ଆଜି ବି ଜେରା କରିଛି କ୍ରାଇମବ୍ରାଂଚ । ନିଜର ପୁତୁରା ପାଇଁ ଟାଟା ମୋଟର୍ସରେ ଚାକିରି କରାଇଦେବାକୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବାୟୋଡାଟା ଦେଇଥିଲେ ବସନ୍ତ । ଏ ବାବଦରେ କ୍ରାଇମବ୍ରାଂଚ ତାଙ୍କ ପୁତୁରାଙ୍କୁ ବି ପଚରାଉଚରା କରିଛି । ଆଜି କ୍ରାଇମବ୍ରାଂଚ ୪ ଜଣଙ୍କୁ ଜେରା କରିଥିବା ସୂଚନା ମିଳିଛି ।