ଚାକିରୀ ଠକେଇ ମାମଲାରେ ଆକାଶ ପାଠକଙ୍କୁୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ | News Room Odisha

ଚାକିରୀ ଠକେଇ ମାମଲାରେ ଆକାଶ ପାଠକଙ୍କୁୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ

ଭୁବନେଶ୍ୱର- ଚାକିରୀ ଠକେଇ ମାମଲାରେ ଆକାଶ ପାଠକଙ୍କୁୁ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ । ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଂଚଙ୍କୁ ଅନୁମତି ଦେଇଛନ୍ତି କୋର୍ଟ । କାଲିଠୁ ଆକାଶଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ କ୍ରାଇମବ୍ରାଂଚ । ଏବେ ଭିଜିଲାନ୍ସ ମାମଲାରେ ବାପା ଅଭୟକାନ୍ତ ପାଠକଙ୍କ ସହ ଜେଲରେ ଅଛନ୍ତି ଆକାଶ । ଟାଟା ମୋଟର୍ସର ଏମଡି ଭାବେ ନିଜକୁ ପରିଚୟ ଦେଇ ଆକାଶ ଚାକିରୀ ଦେବା ନାଁରେ ଅନେକ ଲୋକଙ୍କୁ ଆର୍ଥିକ ଭାବେ ଠକିଥିଲେ । ଏଥିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଅନ୍ୟ କିଛି ବ୍ୟକ୍ତିଙ୍କ ମଧ୍ୟ ହାତ ରହିଥିବା ଅଭିଯୋଗ ହୋଇଛି ।

Akash PathakCrime Branch