ଚାରି ମାସ ପରେ ଦେଶରେ ଦୈନିକ କରୋନା ମାମଲା ୩୧ ହଜାରରୁ କମ୍‌ | News Room Odisha

ଚାରି ମାସ ପରେ ଦେଶରେ ଦୈନିକ କରୋନା ମାମଲା ୩୧ ହଜାରରୁ କମ୍‌

ନୂଆଦିଲ୍ଲୀ – ଭାରତରେ ଚାରି ମାସ ପରେ ଦୈନିକ କରୋନା ମାମଲାରେ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୦,୫୪୮ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ଜୁଲାଇ ୧୫ରେ ଦୈନିକ ମାମଲା ୨୯,୪୨୯ ଥିଲା । ଆଜିର ଦୈନିକ ମାମଲା ଗତକାଲି ତୁଳନାରେ ୨୫% କମ୍ ।

ଗତକାଲି ୪୧,୧୦୦ ରୋଗୀ ଚିହ୍ନଟ ହୋଇଥିଲେ । ସୁସ୍ଥ ସଂଖ୍ୟା ମଧ୍ୟ ବଢୁଛି । ଦିନକରେ ଆଉ ୪୩,୮୫୧ ରୋଗୀ ସୁସ୍ଥ ହୋଇଛନ୍ତି । ସେପଟେ ଗତ ୨୪ ଘଣ୍ଟାରେ ୪୩୫ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ, ଭାରତରେ ଏବେ ମୋଟ ସଂକ୍ରମିତ ସଂଖ୍ୟା ୮୮ ଳକ୍ଷ ୪୫ ହଜାରରେ ପହଞ୍ଚିଥିବା ବେଳେ ୧ ଲକ୍ଷ ୩୦ ହଜାର ୭୦ ଜଣ ଲୋକ ଏଯାବତ ପ୍ରାଣ ହରାଇଛନ୍ତି । ମୋଟ ସକ୍ରିୟ ମାମଲାରେ ହ୍ରାସ ଘଟିଛି । ସକ୍ରିୟ ମାମଲା ଏବେ ୪ ଲକ୍ଷ ୬୫ ହଜାର ରହିଛି । ଏଯାବତ୍ ଦେଶରେ ୮୨ ଲକ୍ଷ ୪୯ ହଜାର ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ।

COVID-19