ଚାଲିଗଲେ ବଡଭାଇ ନଦିୟା ବିହାରୀ ମହାନ୍ତି , ଶିଶୁସଂସାର କାର୍ଯ୍ୟକ୍ରମର ଥିଲେ ଲୋକପ୍ରିୟ ଉପସ୍ଥାପକ | News Room Odisha

ଚାଲିଗଲେ ବଡଭାଇ ନଦିୟା ବିହାରୀ ମହାନ୍ତି , ଶିଶୁସଂସାର କାର୍ଯ୍ୟକ୍ରମର ଥିଲେ ଲୋକପ୍ରିୟ ଉପସ୍ଥାପକ

କଟକ- ବିଶିଷ୍ଟ ସାହିତ୍ୟିକ ତଥା ଆକାଶବାଣୀର ଲୋକପ୍ରିୟ ଶିଶୁସଂସାର କାର୍ଯ୍ୟକ୍ରମର ବଡଭାଇ ନଦିଆ ବହାରୀ ମହାନ୍ତିଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ତଳେ କୋରୋନା ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ୨୦୧୩ରେ ନଦିୟାଙ୍କୁ ଶିଶୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଳ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୫୮ ମସିହାରେ ନଦିୟା ଆକାଶବାଣୀ କଟକ କେନ୍ଦ୍ରର ପ୍ରୋଗ୍ରାମ ପ୍ରେଜେଂଟର ଭାବେ ଯୋଗ ଦେଇଥିଲେ । ଶିଶୁସଂସାର କାର୍ଯ୍ୟକ୍ରମ ତାଙ୍କୁ ରାଜ୍ୟର ଗାଁ ଗହଳିରେ ପରିଚିତ କରିଥିଲା । ଶିଶୁ ସାହିତ୍ୟିକ ଭାବେ ସେ ମନ ପବନ ଓ ମୀନା ବଜାର ପାଇଁ ନିୟମିତ ଲେଖୁଥିଲେ ।