ଚାଷୀ ଆନ୍ଦୋଳନରେ ପଶିଲା କରୋନା: ଦୁଇ ପୋଲିସ ଅଧିକାରୀ ପଜିଟିଭ୍‌ | News Room Odisha

ଚାଷୀ ଆନ୍ଦୋଳନରେ ପଶିଲା କରୋନା: ଦୁଇ ପୋଲିସ ଅଧିକାରୀ ପଜିଟିଭ୍‌

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଗତ ୧୬ ଦିନ ଧରି ଚାଲିଥିବା ଚାଷୀ ଆନ୍ଦୋଳନରେ କରୋନା ଏଣ୍ଟ୍ରି ମାରିଛି । ସିଂଘୁ ସୀମାରେ ମୁତୟନ ଦୁଇ ପୋଲିସ ଅଧିକାରୀ କରୋନା ପଜିଟିଭ୍ ହୋଇଛନ୍ତି । ଦିଲ୍ଲୀ ପୋଲିସ୍ ତରଫରୁ ଏନେଇ ସୂଚନା ଦିଆଯିବା ପରେ ଚାଷୀ ଆନ୍ଦୋଳନ ସ୍ଥଳ ଏବେ କରୋନା ହଟ୍‌ସ୍ପଟ୍ ପାଲଟିବା ଆଶଙ୍କା ସୃଷ୍ଟି ହୋଇଛି । କରୋନା ସଂକ୍ରମଣର ସମ୍ଭାବନା ଥିବା ସେ ୍ୱ ସିଂଘୁ ସୀମାରେ ହଜାର ହଜାର ଚାଷୀ ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ କାଳଧରି ଆନ୍ଦୋଳନ କରୁଛନ୍ତି । ସେମାନେ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଅଡ଼ି ବସିଛନ୍ତି । ସରକାର ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଧମକ ଦେଇଛନ୍ତି । ଯଦି ସେମାନଙ୍କ ଦାବି ପୂରଣ ନ ହୁଏ, ତେବେ ଆଗାମୀ ଦିନରେ ରେଳଧାରଣା ଅବରୋଧ କରିିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଏହି ଆନ୍ଦୋଳନରେ ପଞ୍ଜାବର ଆହୁରି ବହୁ ସଂଖ୍ୟକ ଚାଷୀ ସାମିଲ ହେବାପାଇଁ ଅମୃତସରରୁ ଦିଲ୍ଲୀ ସୀମା ଆଡକୁ ୭୦୦ ଟ୍ରାକ୍ଟରରେ ଆସୁଛନ୍ତି ।