ଚୀନ-ପାକିସ୍ତାନ ବଡ଼ ବିପଦ, ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଭାରତୀୟ ସେନା ପ୍ରସ୍ତୁତ: ସ୍ଥଳସେନା ମୁଖ୍ୟ | News Room Odisha

ଚୀନ-ପାକିସ୍ତାନ ବଡ଼ ବିପଦ, ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ଭାରତୀୟ ସେନା ପ୍ରସ୍ତୁତ: ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ –ଭାରତ ପାଇଁ ଚୀନ୍ ଓ ପାକିସ୍ତାନ ବଡ଼ ବିପଦ । ଏହି ଦୁଇ ଦେଶ ମିଳିତ ଭାବେ ଭାରତ ଉପରେ ଆକ୍ରମଣ ଯୋଜନା କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ । କିନ୍ତୁ ଭାରତୀୟ ସେନା ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ପୂରା ପ୍ରସ୍ତୁତ ବୋଲି ଭାରତୀୟ ସ୍ଥଳସେନା ମୁଖ୍ୟ ଏମ୍‌ଏମ୍ ନରାୱଣେ କହିଛନ୍ତି । ପାକିସ୍ତାନ ଓ ଚୀନ୍ ମଧ୍ୟରେ ସାମରିକ ଓ ଅଣ ସାମରିକ କ୍ଷେତ୍ରରେ ସହଯୋଗିତା ବୃଦ୍ଧି ପାଉଛି । ଏହି ଦୁଇ ଦେଶ ପଟୁ ଭାରତକୁ ବିପଦ ରହିଛି । କିନ୍ତୁ ଯେ କୌଣସି ଚାଲେଞ୍ଜ୍‌ର ସାମ୍ନା କରିବାକୁ ଆମେ ପ୍ରସ୍ତୁତ ବୋଲି ନରାୱଣେ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଚୀନ୍ ସହ ସୀମା ବିବାଦ ମଧ୍ୟରେ ଭାରତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ସମ୍ପୂର୍ଣ୍ଣ ସତର୍କ ରହିଛି । ଆମେ ଯେ କୌଣସି ସ୍ଥିତିର ସାମ୍ନା କରିବାକୁ ପୂରା ପ୍ରସ୍ତୁତ ଅଛୁ । ତଥାପି ଆମେ ଆଶା କରୁଛୁ ଉତ୍ତେଜନା ହ୍ରାସ କରିବା ପାଇଁ ଲଦାଖ ସୀମାରୁ ଚୀନ୍ ତାର ସେନା ପ୍ରତ୍ୟାହାର କରିବ । ନରାୱଣେ କହିଛନ୍ତି, ପାକିସ୍ତାନ ଏବେ ବି ଆତଙ୍କବାଦକୁ ତାର ଏକ ନୀତି ଭାବେ ବ୍ୟବହାର କରୁଛି ।

Army Chief MM Naravane