ଜାନୁଆରୀରୁ ପୁଣି କଡାକଡି ହେବ ଟ୍ରାଫିକ ଯାଂଚ, ଚଳିତ ମାସରେ ଲୋକଙ୍କୁ କରାଯିବ ସଚେତନ | News Room Odisha

ଜାନୁଆରୀରୁ ପୁଣି କଡାକଡି ହେବ ଟ୍ରାଫିକ ଯାଂଚ, ଚଳିତ ମାସରେ ଲୋକଙ୍କୁ କରାଯିବ ସଚେତନ

ଭୁବନେଶ୍ୱର- ୨୦୨୧ ଜାନୁଆରୀରୁ ରାଜ୍ୟରେ ପୁଣି ଟ୍ରାଫିକ ଯାଂଚ କଡାକଡି ହେବ । ଟ୍ରାଫିକ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ପରେ ସରକାର ଏହି ନିଷ୍ପତି ନେଇଛନ୍ତି । ଏଣକି ବେପରୁଆ ଗାଡି ଚଳାଇଲେ ଆଉ ନିସ୍ତାର ମିଳିବ ନାହିଁ । ଏହି ମାସରେ ନୂଆ ଆନ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ବାଇକରେ ୨ ଜଣ ଯାକ ଆରୋହୀଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହେବ । କୋଭିଡ ପାଇଁ କୋହଳ ହୋଇଥିବା ଟ୍ରାଫିକ ଯାଂତ ପୁଣି କଡାକଡି ହେବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।