ଜାନୁଆରୀ ୨୧ରୁ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନୁହେଁ | News Room Odisha

ଜାନୁଆରୀ ୨୧ରୁ ଶ୍ରୀମନ୍ଦିରରେ ଦିଅଁ ଦର୍ଶନ ପାଇଁ ଭକ୍ତଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନୁହେଁ

ପୁରୀ- ଭକ୍ତଙ୍କ ଅସନ୍ତୋଷ ପରେ ଶ୍ରୀମନ୍ଦିର ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିରକୁ ଶ୍ରୀଜିଉଙ୍କୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ କୋଭିଡ ୧୯ ନେଗେଟିଭ ଟେଷ୍ଟ ରିପୋର୍ଟ ଦେଖାଇବା ଆଉ ବାଧ୍ୟତାମୂଳକ ହେବ ନାହିଁ । ଏ ନେଇ ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ଯେ, ଜାନୁଆରୀ ୨୧ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ପାଇଁ ଆଉ କୋଭିଡ ନେଗେଟିଭ ରିପୋର୍ଟ ଭକ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଜାନୁଆରୀ ୨୧ ତାରିଖ ପରେ ଦୈନିକ ୩୦ ହଜାର ଭକ୍ତଙ୍କୁ କାଳିଆ ଦର୍ଶନ ସୁଯୋଗ ମିଳିବ ବୋଲି କ୍ରିଷନ କୁମାର କହିଛନ୍ତି । ଏହାଛଡା ମହାପ୍ରଭୁଙ୍କ ଦର୍ଶନ ଲାଗି ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Puri Jagannath Temple