ଜାନୁୟାରୀ ୩୧ରୁ ଦେଶରେ ପୋଲିଓ ଟୀକାକରଣ ଅଭିଯାନ | News Room Odisha

ଜାନୁୟାରୀ ୩୧ରୁ ଦେଶରେ ପୋଲିଓ ଟୀକାକରଣ ଅଭିଯାନ

ନୂଆଦିଲ୍ଲୀ – ସାରା ଦେଶରେ କୋଭିଡ -୧୯ ବିରୋଧରେ ସବୁଠାରୁ ବଡ ଟୀକାକରଣ ଅଭିଯାନ ଚାଲିଛି। କରୋନା ଟୀକାକରଣ ମଧ୍ୟରେ ଜାନୁୟାରୀ ୩୧ରୁ ଦେଶରେ ଜାତୀୟ ପୋଲିଓ ଟୀକାକରଣ ଅଭିଯାନ ମଧ୍ୟ ଆରମ୍ଭ ହେବ। ପୂର୍ବରୁ ପୋଲିଓ ଟୀକାକରଣ ଜାନୁଆରୀ ୧୭ ରୁ ଆରମ୍ଭ ହେବାର ଥିଲା, କିନ୍ତୁ ଜାନୁୟାରୀ ୧୬ ରୁ କୋଭିଡ -୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାନୁୟାରୀ ୩୦ ଜାତୀୟ ପୋଲିଓ ଟୀକାକରଣ ଦିବସରେ ରାଷ୍ଟ୍ରପତି ଭବନରେ କିଛି ପିଲାଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହି ଅଭିଯାନର ଶୁଭାରମ୍ଭ କରିବେ।

ଏହି ଅଭିଯାନ ଅଧୀନରେ ୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ପୋଲିଓ ଡ୍ରପ୍ ଦିଆଯିବ ଏବଂ ଏହି ଅଭିଯାନ ଫେବୃଆରୀ ୨ ପର୍ଯ୍ୟନ୍ତ ଚାଲିବ। ୧୯୯୫ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶ୍ୱ ପୋଲିଓ ନିରାକରଣ ଅଭିଯାନ ପରେ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ଯାହା ଜାତୀୟ ଟୀକାକରଣ ଦିବସ ଭାବରେ ପାଳନ କରାଯାଇଥାଏ ।