ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସମେତ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ | News Room Odisha

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସମେତ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ – ଗଣତନ୍ତ୍ର ଦିବସ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଦ୍ମ ପୁରସ୍କାର ଘୋଷଣା କରିଛି। ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସମେତ ୭ ଜଣ ପଦ୍ମ ବିଭୂଷଣ ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି। ଆବେଙ୍କ ସମେତ ଓଡ଼ିଆ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ, କଳା ପାଇଁ ଏସପି ବାଲାସୁବ୍ରମନ୍ୟମ (ମରଣୋତ୍ତର), ମେଡ଼ିସିନ ପାଇଁ ବେଲେ ମୋନାପ୍ପା ହେଗଡେ, ବିଜ୍ଞାନ ଓ ଇଞ୍ଜିନିୟରିଂ ପାଇଁ ଆମେରିକାର ନରିନ୍ଦର ସିଂହ କାପନେୟ, ମୌଲାନା ୱାହିଦୁଦ୍ଦିନ ଖାନ ଏବଂ ବିବି ଲାଲଙ୍କୁ ମଧ୍ୟ ପଦ୍ମ ବିଭୂଷଣ ସମ୍ମାନ ମିଳିବ। ତା’ଛଡା ୧୦ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯିବ। ଚଳିତ ବର୍ଷ ମୋଟ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ନୃପେନ୍ଦ୍ର ମିଶ୍ରଙ୍କ ସମେତ ଲୋକସଭାର ପୂର୍ବତନ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯିବ। ରାମ ବିଳାସ ପାସୱାନ, ମୌଲାନା କାଲବେ ସାଦିକ, କେଶୁଭାଇ ପଟେଲ ଏବଂ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ଦିଆଯିବ ।