ଜାମ୍ମୁ କାଶ୍ମୀର: ଅନ୍ତର୍ଜାତୀୟ ସୀମାରେ ସୁଡ଼ଙ୍ଗ ଠାବ କଲେ ବିଏସଏଫ ଯବାନ | News Room Odisha

ଜାମ୍ମୁ କାଶ୍ମୀର: ଅନ୍ତର୍ଜାତୀୟ ସୀମାରେ ସୁଡ଼ଙ୍ଗ ଠାବ କଲେ ବିଏସଏଫ ଯବାନ

କାଠୁଆ – ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ସଜାଗ ରହିଛି। ଆତଙ୍କବାଦୀ ଘଟଣାକୁ ରୋକିବା ପାଇଁ ଭାରତୀୟ ସେନା ନିରନ୍ତର ସର୍ଚ୍ଚ ଅପରେସନ ମଧ୍ୟ ଜାରି ରଖିଛି। ଏବେ ସୀମା ସୁରକ୍ଷା ବଳ (ବିଏସଏଫ) କାଠୁଆର ହିରାନଗର ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ଏକ ସୁଡ଼ଙ୍ଗ ଠାବ କରିଛି। ଏହା ପୂର୍ବରୁ ପାକିସ୍ତାନକୁ ସଂଯୋଗ କରୁଥିବା ଏଭଳି ଅନେକ ସୁଡ଼ଙ୍ଗ ବିଏସ୍ଏଫ୍ ଠାବ କରିଥିଲା ।
ସାମ୍ବା ଜିଲ୍ଲାରେ ଠାବ ସୁଡ଼ଙ୍ଗ ସମ୍ପର୍କରେ ବିଏସଏଫ କହିଛି ଯେ ଏହା ଅତ୍ୟନ୍ତ କଷ୍ଟକର ଅଞ୍ଚଳ। ଏଠାରୁ ଅଳ୍ପ ଦୂରରେ ପାକିସ୍ତାନର ଅଞ୍ଚଳ ରହିଛି । ବିଏସଏଫ କହିଛି ଯେ ଏହା ଏକ ନୂଆ ସୁଡ଼ଙ୍ଗ ଏବଂ ଏହାକୁ ପ୍ରଥମ ଥର ପାଇଁ ପାକିସ୍ତାନ ବ୍ୟବହାର କରିଥିଲା ।
ତେବେ ସୀମାରେ ଏକ ସୁଡ଼ଙ୍ଗ ମିିିଳିବା ଏହା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ମଧ୍ୟ ଭାରତୀୟ ସେନା ପାକିସ୍ତାନକୁ ସଂଯୋଗ କରୁଥିବା ସୁଡ଼ଙ୍ଗ ଠାବ କରିଛି। ଗତ ବର୍ଷ ସୁରକ୍ଷା ବାହିନୀ ଜାମ୍ମୁର ସାମ୍ବା ଜିଲ୍ଲାରେ ପାକିସ୍ତାନୀ ସୁଡ଼ଙ୍ଗ ପାଇଥିଲେ। ଏହି ସୁଡ଼ଙ୍ଗ ମାଧ୍ୟମରେ ଜୈଶ ଆତଙ୍କବାଦୀମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ। ନାଗ୍ରୋଟା ଆକ୍ରମଣର ତଦନ୍ତ ବିଏସଏଫ ଏହି ସୁଡ଼ଙ୍ଗକୁ ଠାବ କରିଥିଲା । ​​ଏହି ସୁଡ଼ଙ୍ଗ ଦେଇ ଚାରି ଜଣ ଜୈଶ ଆତଙ୍କବାଦୀ ଅନୁପ୍ରବେଶ କରିଥିଲେ।