ଝାରପଡା ଜେଲ୍ ଭିତରେ ଗଞ୍ଜେଇ ଆସରର ଭିଡିଓ ଭାଇରାଲ୍ | News Room Odisha

ଝାରପଡା ଜେଲ୍ ଭିତରେ ଗଞ୍ଜେଇ ଆସରର ଭିଡିଓ ଭାଇରାଲ୍

‌ଭୁବନେଶ୍ୱର- ଝାରପଡା ଜେଲ୍ ଭିତରେ ଗଞ୍ଜେଇ ଆସରର ଏକ ଭିଡିଓ ଭାଇରାଲ୍ ହୋଇଛି । ଜେଲରେ ନାଚଗୀତ ସହ ଗଂଜେଇ ବି ସେବନ ଚାଲିଛି । ତେବେ, କୋରୋନା କାଳରେ ଜେଲ୍ ଭିତରେ ନାଚ-ଗୀତକୁ ନେଇ ଉଠିଛି ପ୍ରଶ୍ନ ଉଠିଥିବା ବେଳେ ଭାଇରାଲ୍ ଭିଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ । କଡାକଡି ଯାଂଚ ହେବା ପରେ ବି ଜେଲ୍ ଭିତରକୁ ମୋବାଇଲ ଓ ଗଞ୍ଜେଇ କେମିତି ଯାଉଛି ଓ କିଏ ନେଉଛି, ସେ ନେଇ ବି ପ୍ରଶ୍ନ ଉଠିଛି । ଗତମାସ ପଣା ସଂକ୍ରାନ୍ତିରେ ଜେଲ୍ ଭିତରେ ନାଚଗୀତ ହୋଇଥିବା ଅନୁମାନ କରାଯାଉଛି ।