ଟୀକାକରଣ ପରେ ପାର୍ଶ୍ୱ ପ୍ରତିକ୍ରିୟା ଆଶଙ୍କା, ସତର୍କ ରହିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ | News Room Odisha

ଟୀକାକରଣ ପରେ ପାର୍ଶ୍ୱ ପ୍ରତିକ୍ରିୟା ଆଶଙ୍କା, ସତର୍କ ରହିବାକୁ ରାଜ୍ୟମାନଙ୍କୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ – ଆମେରିକା ସମେତ ଅନେକ ଦେଶରେ ଟୀକାକରଣ ସମୟରେ ସାମ୍ନାକୁ ଆସିଥିବା କିଛି ପାର୍ଶ୍ୱ ପ୍ରତିକ୍ରିୟା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରତ୍ୟେକ ବ୍ଲକରେ ଅତି କମରେ ଗୋଟିଏ ପାର୍ଶ୍ୱ ପ୍ରତିକ୍ରିୟା ପରିଚାଳନା କେନ୍ଦ୍ର ଗଠନ କରିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କେନ୍ଦ୍ରଗୁଡ଼ିକ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହୋଇପାରେ ।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ତାଲିମ ଆରମ୍ଭ ହୋଇଛି। ଟୀକାକରଣ ପରେ ପ୍ରତିକୂଳ ପ୍ରଭାବ ପଡିପାରେ, ଯେଉଁଥି ପାଇଁ ରାଜ୍ୟଗୁଡିକ ପ୍ରସ୍ତୁତ ରହିବା ଉଚିତ ।

ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟମ ଏବଂ ଭୟଙ୍କର ହୋଇପାରେ, କିନ୍ତୁ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଟୀକାକରଣ ପରେ ଯଦି କୌଣସି ବ୍ୟକ୍ତିଙ୍କର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୁଏ, ତେବେ ସେମାନଙ୍କୁ କେଉଁଠାରେ ଏବଂ କିପରି ନିକଟସ୍ଥ କେନ୍ଦ୍ରରେ ଭର୍ତ୍ତି କରାଯିବ ସେନେଇ ରାଜ୍ୟମାନଙ୍କୁ ଦାୟିତ୍ବ ଦିଆଯାଇଛି ବୋଲି ସେ କହିଛନ୍ତି ।

COVID-19