ଭୁବନେଶ୍ୱର- ରାଜ୍ୟରେ ‘ସୁଜଳ’-ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆବାସିକ କାର୍ଯ୍ୟାଳୟରୁ ଭିଡିଓ କନଫରେନସିଂ ସହାୟତାରେ ଏହି ପାନୀୟ ଜଳ ଯୋଜାନର ଶୁଭାରମ୍ଭ କରିଛନ୍ତି ମୁୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଓ ପୁରୀର୧୨ଟି ସ୍ଥାନରେ ଲୋକାର୍ପିଚ ହୋଇଛି ସୁଜଳ ଯୋଜନା ।
ଏହି ଯୋଜନାରେ ସହରାଂଚଳର ଘରେ ଘରେ ଟ୍ୟାପେ ଯୋଗେ ଉପଲବ୍ଧ ହେବ ବିଶୁଦ୍ଧ ପାନୀୟ ଜଳ । ସୁଜଳ ଯୋଜନା ଦ୍ୱାରା ୧୫ଟି ସହରର ୧୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ୪ଟି ସହରର ପ୍ରାୟ ୩ ଲକ୍ଷ ଘରକୁ ଜଳ ମିଟର ସଂଯୋଗ କରାଯାଇଛି ।