ତାମିଲନାଡୁ: କରୋନାରେ କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ମୃତ୍ୟୁ | News Room Odisha

ତାମିଲନାଡୁ: କରୋନାରେ କଂଗ୍ରେସ ପ୍ରାର୍ଥୀ ମାଧବ ରାଓଙ୍କ ମୃତ୍ୟୁ

ଚେନ୍ନାଇ – ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଶ୍ରୀବିଲିପୁଥୁର ନିର୍ବାଚନମଣ୍ଡଳୀରୁୁୁ କଂଗ୍ରେସ ପ୍ରାର୍ଥୀଙ୍କ କୋଭିଡ -୧୯ରେ ମୃତ୍ୟୁ ହୋଇଯାଇଛି। କଂଗ୍ରେସ ପ୍ରାର୍ଥୀ ପିଏସଡବ୍ଲୁ ମାଧବ ରାଓ ନିକଟରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିିଲେ। ଏହା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ଆଜି ତାଙ୍କର ମୃତ୍ୟୁ ଘଟିଛି। ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବାରୁ ଆଉ ଭୋଟ୍ ହେବ ନାହିଁ । ଯଦି ସେ ନିଜ ନିର୍ବାଚନମଣ୍ଡଳୀରେ ଜିତନ୍ତି ତେବେ ସେଠାରେ ଉପ-ନିର୍ବାଚନ ହେବ। ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ତାମିଲନାଡୁ ଏବଂ ପୁଡୁଚେରୀ ପ୍ରଭାରୀ ସଞ୍ଜୟ ଦତ୍ତ ଏ ସମ୍ପର୍କରେ ସୂଚନା ଦେଇ ମାଧବ ରାଓଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ତାମିଲନାଡୁର ୩୮ଟି ଜିଲ୍ଲାର ୨୩୪ଟି ବିଧାନସଭା ଆସନ ପାଇଁ ଏପ୍ରିଲ ୬ରେ ଭୋଟ୍ ଗ୍ରହଣ ହୋଇଥିଲା। ଆସନ୍ତା ମେ’ ୨ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।