ତାମିଲନାଡୁ: ବାଣ କାରଖାନାରେ ଅଗ୍ନିକାଣ୍ଡ, ୧୧ ମୃତ | News Room Odisha

ତାମିଲନାଡୁ: ବାଣ କାରଖାନାରେ ଅଗ୍ନିକାଣ୍ଡ, ୧୧ ମୃତ

ଚେନ୍ନାଇ- ଶୁକ୍ରବାର ତାମିଲନାଡୁର ବିରଧୁନଗରର ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୪ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଇଛି। ବିରଧୁନଗରର ଥିବା ଏହି କାରଖାନାରେ ହଠାତ୍ ବିସ୍ଫୋରଣ ଘଟି ନିଆଁ ଲାଗିିିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି ମାଧ୍ୟମରେ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରାଯାଇଛି।

ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇ ଘଟଣାସ୍ଥଳରେ ଉପସ୍ଥିତ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ବାଣ ତିଆରି କରିବା ପାଇଁ କିଛି କେମିକାଲ୍ ମିଶ୍ରଣ କରାଯାଉଥିବା ବେଳେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା । ଅଗ୍ନିଶମ କର୍ମଚାରୀଙ୍କ ସୂଚନା ଅନୁସାରେ ଏହି ବିସ୍ଫୋରଣରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି।