ତୀରଥ ସିଂ ରାୱତ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ | News Room Odisha

ତୀରଥ ସିଂ ରାୱତ ହେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ଡେରାଡୁନ – ତୀରଥ ସିଂ ରାୱତ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ହେବେ। ଆଜି ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ତୀରଥଙ୍କ ନାମରେ ମୋହର ଲାଗିଛି।

ତୀରଥ ସିଂ ରାୱତ ବର୍ତ୍ତମାନ ପୌଡ଼ି ଗଡଓ୍ବାଲ ଲୋକସଭା ଆସନରୁ ସାଂସଦ ଅଛନ୍ତି । ଏହା ପୂର୍ବରୁ ସେ ବିଜେପିର ରାଜ୍ୟ ସଭାପତି ଥିଲେ। ତାଙ୍କର ଶପଥ ଗ୍ରହଣ ସମାରୋହ ଆଜି ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ।

ନିକଟରେ ତ୍ରିବେନ୍ଦ୍ର ସିଂ ରାୱତ ଦିଲ୍ଲୀରେ ବିଜେପି ହାଇକମାଣ୍ଡଙ୍କୁ ଭେଟିବା ପରେ ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ସୃଷ୍ଟି ହୋଇଥିଲା। ଗତକାଲି ସେ ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।