ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆଜିଠାରୁ ଖୋଲିଲା ସ୍କୁଲ, ୧୦୦ ଦିନ ହେବ ପାଠପଢା | News Room Odisha

ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଆଜିଠାରୁ ଖୋଲିଲା ସ୍କୁଲ, ୧୦୦ ଦିନ ହେବ ପାଠପଢା

ଭୁବନେଶ୍ୱର- ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଆଜିଠାରୁ ଖୋଲିଛି । ସ୍କୁଲରେ ୧୦୦ ଦିନ ପାଇଁ ହେବ ପାଠପଢା । ଆଜିଠାରୁ ଏପ୍ରିଲ ୨୮ ତାରିଖ ଯାଏଁ ପାଠ ପଢା ଚାଲିବ । ମାଟ୍ରିକ ପରୀକ୍ଷା ମେ ୩ ତାରିଖରୁ ମେ ୧୫ ତାରିଖ ଯାଏଁ ହେବ । ଦ୍ୱାଦଶ ଶ୍ରେଣୀ ପରୀକ୍ଷା ମେ ୧୫ରୁ ଜୁନ ୧୧ ଯାଏଁ ହେବ । ଶନିବାର ଓ ରବିବାର ମଧ୍ୟ ପାଠ ପଢା ହେବ । ଏସଓପି ପାଳନ କରି ସବୁ ସ୍କୁଲରେ କ୍ଲାସ ହେବ । କୋଭିଡ ମହାମାରୀ ଯୋଗୁଁ ଗତବର୍ଷ ମାର୍ଚ୍ଚରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା ।

OdishaSchool opening