ଦିନକରେ ରାଜ୍ୟରେ ୧୨ ହଜାର ୩୯୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧ | News Room Odisha

ଦିନକରେ ରାଜ୍ୟରେ ୧୨ ହଜାର ୩୯୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧

ଭୁବନେଶ୍ୱର- ରାଜ୍ୟରେ କୋରୋନାର ରେକର୍ଡ ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୧୨ ହଜାର ୩୯୦ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୬ ହଜାର ୯୩୮ ଓ ସ୍ଥାନୀୟ ଅଂଚଳରୁ ୫ ହଜାର ୪୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨ ହଜାର ୨୦୧, ସୁନ୍ଦରଗଡରୁ ୮୮୨ ଓ କଟକରୁ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରୁ ୬୭୭, ଅନୁଗୁଳରୁ ୫୩୨, ବରଗଡରୁ ୫୦୭, ମୟୂରଭଞ୍ଜରୁ ୪୮୦, ପୁରୀରୁ ୪୬୯, ବଲାଙ୍ଗୀରରୁ ୪୬୧, ଯାଜପୁରରୁ ୪୩୬, ଝାରସୁଗୁଡାରୁ ୪୧୩, ଭଦ୍ରକରୁ ୪୧୨, ଗଞ୍ଜାମରୁ ୩୮୭, ନବରଙ୍ଗପୁରରୁ ୩୬୨, ବାଲେଶ୍ୱରରୁ ୩୪୦, ନୟାଗଡରୁ ୩୦୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଜଗତସିଂହପୁରରୁ ୨୫୯, କୋରାପୁଟରୁ ୨୪୬, ବୌଦ୍ଧରୁ ୨୨୮, କଳାହାଣ୍ଡିରୁ ୨୧୦, କେନ୍ଦୁଝରରୁ ୨୦୮, ନୂଆପଡାରୁ ୨୦୪, ରାୟଗଡାରୁ ୧୮୭, ସୋନପୁରରୁ ୧୭୮, ଢେଙ୍କାନାଳରୁ ୧୭୪, କେନ୍ଦ୍ରାପଡାରୁ ୧୩୭, ଗଜପତିରୁ ୧୧୫, ଦେବଗଡରୁ ୧୦୮, ମାଲକାନଗିରିରୁ ୧୦୩, କନ୍ଧମାଳରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୫ ଲକ୍ଷ ୮୮ ହଜାର ୬୮୭କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୮୨ ହଜାର ୩୪୫ । ୧ ଲକ୍ଷ ୪ ହଜାର ୧୬ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।