ଦିନକରେ ୨.୧୭ ଲକ୍ଷ ମାମଲା, ୧୧୮୫ ମୃତ, ସକ୍ରିୟ ମାମଲା ୧୫ ଲକ୍ଷ ଟପିଲା | News Room Odisha

ଦିନକରେ ୨.୧୭ ଲକ୍ଷ ମାମଲା, ୧୧୮୫ ମୃତ, ସକ୍ରିୟ ମାମଲା ୧୫ ଲକ୍ଷ ଟପିଲା

ନୂଆଦିଲ୍ଲୀ – ଦେଶରେ କରୋନାର ନୂଆ ମାମଲା ଦିନକୁ ଦିନ ରେକର୍ଡ ଭାଙ୍ଗୁଛି। ଆଜି ଦେଶରେ ପୁଣି ରେକର୍ଡ ସଂଖ୍ୟକ କରୋନା ମାମଲା ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟୟରେ ଦେଶରେ ୨୧୭,୩୫୩ ଟି ନୂଆ କରୋନା ମାମଲା ଆସିଛି ଏବଂ ଦିନକରେ ୧୧୮୫ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି। ତେବେ ଗତ ୨୪ ଘଣ୍ଟାରେ କରୋନାରୁ ୧,୧୮,୩୦୨ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି। ଏହାପୂର୍ବରୁ ବୁଧବାର ଦିନ ୨୦୦,୭୩୯ ଟି ନୂଆ ମାମଲା ଚିହ୍ନଟ ହୋଇଥିଲା। ଗତ ବର୍ଷ ସେପ୍ଟେମ୍ବର ୩୦ ପରେ ଦେଶରେ ୧୧ ଶହରୁ ଅଧିକ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଛି ।

ମୋଟ କରୋନା ମାମଲା – ଏକ କୋଟି ୪୨ ଲକ୍ଷ ୯୧ ହଜାର ୯୧୭
ମୋଟ ଡିସଚାର୍ଜ – ଏକ କୋଟି ୨୫ ଲକ୍ଷ ୪୭ ହଜାର ୮୬୬
ମୋଟ ସକ୍ରିୟ ମାମଲା – ୧୫ ଲକ୍ଷ ୬୯ ହଜାର ୭୪୩
ମୋଟ ମୃତ୍ୟୁ – ୧ ଲକ୍ଷ ୭୪ ହଜାର ୩୦୮