ଦିବାରାତ୍ର ଟେଷ୍ଟ: ଭାରତ ୨୪୪ରେ ଅଲ୍ ଆଉଟ୍‌ | News Room Odisha

ଦିବାରାତ୍ର ଟେଷ୍ଟ: ଭାରତ ୨୪୪ରେ ଅଲ୍ ଆଉଟ୍‌

ଆଡିଲେଡ୍ – ଏଠାରେ ଚାଲିଥିବା ପ୍ରଥମ ଦିବାରାତ୍ର ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ମାତ୍ର ୨୪୪ ରନ୍ କରି ଅଲଆଉଟ୍ ହୋଇଯାଇଛି । ଭାରତ ତାର ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୨୩୩/୬ରୁ ଖେଳ ଆରମ୍ଭ କରି ଦ୍ୱିତୀୟ ଦିନର ପ୍ରଥମ ଅଧଘଣ୍ଟା ମଧ୍ୟରେ ଆଉ ମାତ୍ର ୧୧ ରନ୍ ଯୋଗକରି ଆଉଟ୍ ହୋଇଯାଇଥିଲା ।

ଭାରତର ନିମ୍ନଭାଗ ବ୍ୟାଟ୍ସମ୍ୟାନ ଆଖିଦୃଶିଆ ଯୋଗଦାନ କରିବାରେ ବିଫଳ ହୋଇଥିଲେ । ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ସର୍ବାଧିକ ୪ଟି ୱିକେଟ୍ ହାସଲ କରିଥିବା ବେଳେ ପ୍ୟାଟ୍ କମିନ୍ସ ୩ଟି ୱିକେଟ୍ ନେଇଥିଲେ । ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ୭୪ ରନ୍ କରିଥିବାବେଳେ ପୂଜାରା ୪୩, ରାହାଣେ ୪୨ ରନ୍ କରିଥିଲେ ।

Day-night Test MatchIndia vs Australia Test Series