ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବ ଓଡିଶା, ନବୀନ ସରକାରଙ୍କ ବଦାନ୍ୟତାକୁ କେଜ୍ରିୱାଲଙ୍କ ପ୍ରଶଂସା | News Room Odisha

ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବ ଓଡିଶା, ନବୀନ ସରକାରଙ୍କ ବଦାନ୍ୟତାକୁ କେଜ୍ରିୱାଲଙ୍କ ପ୍ରଶଂସା

ନୂଆଦିଲ୍ଲୀ – କୋଭିଡ ମହାମାରୀ ଯୋଗୁଁ ଦିଲ୍ଲୀରେ ସଂଗୀନ ପରିସ୍ଥିତି ସୃଷ୍ଟି ହୋଇଛି । ରୋଗୀଙ୍କ ପାଇଁ ଅକ୍ସିଜେନ୍‌ର ଉତ୍କଟ ଅଭାବ ଦେଖାଦେଇଛି । ଏଭଳି ଏକ ଦୁଃସ୍ଥିତିରେ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି ଓଡିଶା ସରକାର । ଓଡିଶା ଦିଲ୍ଲୀକୁ ଅକ୍ସିଜେନ ଯୋଗାଇ ଦେବ । ବିମାନ ଯୋଗେ ଅକ୍ସିଜେନ ଦିଲ୍ଲୀ ପହଂଚିବ । ସାମ୍ବାଦିକ ସମ୍ମିଳନୀରେ ଖୋଦ୍ ଅରବିନ୍ଦ କେଜ୍ରିୱାଲ୍ ଏହି ସୂଚନା ଦେବା ସହ ବଦାନ୍ୟତା ପାଇଁ ଓଡିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ।