ଦିଲ୍ଲୀ ମେଟ୍ରୋ ଷ୍ଟେସନ ନିକଟରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ, ୬ ଗିରଫ | News Room Odisha

ଦିଲ୍ଲୀ ମେଟ୍ରୋ ଷ୍ଟେସନ ନିକଟରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ, ୬ ଗିରଫ

ନୂଆଦିଲ୍ଲୀ – ପାକିସ୍ତାନ ସପକ୍ଷରେ ସ୍ଲୋଗାନ୍ ଦେବା ଅଭିଯୋଗରେ ଦିଲ୍ଲୀ ପୋଲିସ୍ ୬ ଜଣଙ୍କୁ ଗିରଫ କରିଛି । ରବିବାର ରାତି ପ୍ରାୟ ଗୋଟାଏ ବେଳେ ଖାନ୍ ମାର୍କେଟ୍ ମେଟ୍ରୋ ଷ୍ଟେସନ ନିକଟରେ ଏହି ୬ ଜଣ ଲୋକ ‘ପାକିସ୍ତାନ ଜିନ୍ଦାବାଦ୍‌’ ସ୍ଲୋଗାନ ଦେଉଥିଲେ । ଖବର ପାଇବା ପରେ ଏକ ପୋଲିସ୍ ଟିମ୍ ସେଠାରେ ପହଞ୍ଚିଲା ବେଳକୁ ତିନି ମହିଳା, ଦୁଇ ଜଣ ପୁରୁଷ ଓ ଜଣେ ନାବାଳିକା ନୀଳରଙ୍ଗର ବାଇକ୍‌ରେ ବସି ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଉଥିଲେ । ଜେରା ବେଳେ ସେମାନେ କହିଥିଲେ ଯେ, ନିଜ ପରିବାକୁ ଧରି ସେମାନେ ଇଣ୍ଡିଆ ଗେଟ୍ ବୁଲିବାକୁ ଆସିଥିଲେ । ଏଥିପାଇଁ ସେମାନେ ଏକ ୟୁଲୁ ବାଇକ୍ ଭଡ଼ାରେ ନେଇଥିଲେ । ସେମାନେ ନିଜ ଭିତରେ ବାଇକ୍ ରେସ୍ କରିଥିଲେ ଏବଂ ପରସ୍ପରକୁ ବିଭିନ୍ନ ଦେଶର ନାମରେ ସମ୍ବୋଧନ କରୁଥିଲେ । ତେଣୁ ଥଟ୍ଟାରେ ସେମାନେ ପାକିସ୍ତାନ ଜିନ୍ଦାବାଦ୍ ସ୍ଲୋଗାନ ବି ଦେଇଥିଲେ । ତେବେ ପୋଲିସ୍ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଜାରି ରଖିଛି ।