ଦେଶରେ ଏବେ ବାର୍ଡ ଫ୍ଲୁ ସଙ୍କଟ, ପାଞ୍ଚ ରାଜ୍ୟରେ ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ | News Room Odisha

ଦେଶରେ ଏବେ ବାର୍ଡ ଫ୍ଲୁ ସଙ୍କଟ, ପାଞ୍ଚ ରାଜ୍ୟରେ ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ – ଲୋକେ କରୋନା କଷଣରେ ଜୁଝି ହେଉଥିବା ବେଳେ ଦେଶର ପାଞ୍ଚଟି ରାଜ୍ୟରେ ଏବେ ବାର୍ଡ ଫ୍ଲୁ ସଙ୍କଟ ଦେଖାଦେଇଛି। ରାଜସ୍ଥାନ, ମଧ୍ୟପ୍ରଦେଶ, ଗୁଜୁରାଟ, ହିମାଚଳ ପ୍ରଦେଶ ଏବଂ କେରଳରେ ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ ଚିନ୍ତାର କାରଣ ହୋଇଛି। କେତେକ ସ୍ଥାନରେ ମୃତ ପକ୍ଷୀମାନଙ୍କ ନମୁନାରୁ ବାର୍ଡ ଫ୍ଲୁ ଭୂତାଣୁ ସ୍ପଷ୍ଟ ହୋଇଛି। ଗୋଟିଏ ପଟେ କରୋନା ସଙ୍କଟର ମୁକାବିଲା ପାଇଁ ଟୀକାକରଣ ଉପରେ ଆଲୋଚନା କରାଯାଉଥିବା ବେଳେ ଅନ୍ୟ ପଟେ ବାର୍ଡ ଫ୍ଲୁ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢାଇ ଦେଇଛି। ଉଭୟ କରୋନା ଓ ବାର୍ଡ ଫ୍ଲୁ ରୋଗର ଲକ୍ଷଣ ପ୍ରାୟ ସମାନ ।

କୁକୁଡ଼ା ଚାଷର ପେଣ୍ଠସ୍ଥଳୀ କୁହାଯାଉଥିବା ହରିୟାଣାର ଅମ୍ବାଲା ଏବଂ ପଞ୍ଚକୁଲାରେ ଏକ ଲକ୍ଷ କୁକୁଡ଼ାଙ୍କର ମୃତ୍ୟୁ ଘଟିଛି। ମୃତ କୁକୁଡ଼ାଙ୍କ ନମୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। ଗୋଟିଏ ପଟେ ଲୋକେ କରୋନା ଟିକାର ଅପେକ୍ଷା କରିଥିବା ବେଳେ ଅନ୍ୟପଟେ ଦେଶରେ ଆଉ ଏକ ସ୍ବାସ୍ଥ୍ୟ ସମସ୍ୟା ମୁଣ୍ଡ ଟେକିବାକୁ ଲାଗିଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ ଏବଂ ଗୁଜୁରାଟରେ କାଉ, ବତକ, କୁକୁଡ଼ା ଏବଂ ବଗ ମାନଙ୍କ ମୃତ୍ୟୁ ପରେ ଆତଙ୍କ ଖେଳିଯାଇଛି। ସ୍ଥିତି ଏପରି ହୋଇଛି ଯେ ରାଜସ୍ଥାନରେ ୧୪୪ ଧାରା ଜାରି କରାଯାଇଛି ।

bird flu