ଦେଶରେ ଗତ ୨୪ ଘଣ୍ଟାରେ ୧.୬୧ ଲକ୍ଷ କରୋନା ରୋଗୀ ଚିହ୍ନଟ, ୮୭୯ ମୃତ | News Room Odisha

ଦେଶରେ ଗତ ୨୪ ଘଣ୍ଟାରେ ୧.୬୧ ଲକ୍ଷ କରୋନା ରୋଗୀ ଚିହ୍ନଟ, ୮୭୯ ମୃତ

ନୂଆଦିଲ୍ଲୀ – କରୋନା ମହାମାରୀର ଦ୍ୱିତୀୟ ଲହରୀ ଦେଶରେ ଆତଙ୍କ ସୃଷ୍ଟି କରିଛି । ଯଦିଓ ଗତକାଲି ତୁଳନାରେ ସଂକ୍ରମଣ ସାମାନ୍ୟ କମିଛି, ତେବେ କ୍ରମାଗତ ସପ୍ତମ ଦିନ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ବ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୧ ହଜାର ୭୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୮୭୯ ଜଣ ଲୋକଙ୍କ ମୃତ୍ୟୁ ହରାଇଥିବାବେଳେ ୯୭ ହଜାର ୧୬୮ ରୋଗୀ ସୁସ୍ଥ ହୋଇଛନ୍ତି ।
ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ରେ ପହଞ୍ଚିଛି । ଏଥିମଧ୍ୟରୁ ୧ କୋଟି ୨୨ ଲକ୍ଷ ୫୩ ହଜାର ୬୯୭ ରୋଗୀ ସୁସ୍ଥ ହୋଇଛନ୍ତି । କରୋନାରେ ୧ ଲକ୍ଷ ୭୧ ହଜାର ୦୫୮ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଦେଶରେ ୧୨ ଲକ୍ଷ ୬୪ ହଜାର ୬୯୮ ସକ୍ରିୟ ମାମଲା ରହିଛି। ଅର୍ଥାତ୍ ବର୍ତ୍ତମାନ ଅନେକ ରୋଗୀ ଚିକିତ୍ସିତ ହେଉଛନ୍ତି। ସୋମବାର ପର୍ଯ୍ୟନ୍ତ ୧୦ କୋଟି ୮୫ ଲକ୍ଷ ୩୩ ହଜାର ୮୫ ଲୋକଙ୍କ ଟୀକାକରଣ କରାଯାଇଛି।

COVID-19