ଦେଶରେ ଦିନକରେ ରେକର୍ଡ ୯୫ ହଜାର ୭୩୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଘଂଟାରେ ପ୍ରାଣ ହରାଇଲେ ୧ ହଜାର ୭୨ | News Room Odisha

ଦେଶରେ ଦିନକରେ ରେକର୍ଡ ୯୫ ହଜାର ୭୩୫ କୋରୋନା ଆକ୍ରାନ୍ତ ଚିହ୍ନଟ, ୨୪ ଘଂଟାରେ ପ୍ରାଣ ହରାଇଲେ ୧ ହଜାର ୭୨

ନୂଆଦିଲ୍ଲୀ – ଦିନକରେ ଦେଶରେ ଏ ଯାବତ ସର୍ବାଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟାରେ ରେକର୍ଡ ୯୫ ହଜାର ୭୩୫ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା କି ଦିନିକିଆ ସଂକ୍ରମଣରେ ଏକ ନୂଆ ରେକର୍ଡ । ଫଳରେ ଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୪୪ ଲକ୍ଷ ୬୫ ହଜାର ୮୬୩କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୩୪ ଲକ୍ଷ ୭୧ ହଜାର ୭୮୩ ଜଣ ସୁସ୍ଥ ହୋଇସାରିଲେଣି । ବର୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୯ ହଜାର ୧୮ରେ ରହିଛି ।

ଗତ ୨୪ ଘଂଟାରେ ଦେଶରେ ୧ ହଜାର ୧୭୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ମୃତକଙ୍କ ସଂଖ୍ୟ ୭୫ ହଜାର ୬୨କୁ ବୃଦ୍ଧି ପାଇଛି ।