ନକ୍ସଲଙ୍କ ସଂଖ୍ୟା ଶୂନକୁ ଆଣିବୁ : ପୋଲିସ ଡିଜି | News Room Odisha

ନକ୍ସଲଙ୍କ ସଂଖ୍ୟା ଶୂନକୁ ଆଣିବୁ : ପୋଲିସ ଡିଜି

କୋରାପୁଟ – କୋରାପୁଟରେ ମାଓ ବିରୋଧୀ ଅପରସେନର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ସେ କହିଛନ୍ତି ଯେ, ମାଓ ମୁକାବିଲା ଓ ନିଶା କାରବାର ରୋକିବାରେ ପୋଲିସକୁ ସଫଳତା ମିଳିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ମାଓ ଗତିବିଧି ହ୍ରାସ ପାଇଛି । ନକ୍ସଲଙ୍କ ସଂଖ।। ଶୂନକୁ ଆଣିବାକୁ ଆମେ ବଦ୍ଧ ପରିକର ବୋଲି ପୋଲିସ ଡିଜି କହିଛନ୍ତି । ଏଥିସହ ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୁଣି ଥରେ ଅନୁରୋଧ କରିଛନ୍ତି ପୋଲିସ ଡିଜି । ନକ୍ସଲ ବିରୋଧୀ ଅପରେସନ ସମୀକ୍ଷା ବୈଠକରେ ପୋଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଏଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକ ମଧ୍ୟ ଯୋଗ ଦେଇଛନ୍ତି । ବୈଠକରେ ଦକ୍ଷିଣ-ପଶ୍ଚିମାଚଂଳ ରେଞ୍ଜ୍‌ର ୬ ଜଣ ଏସପି ଯୋଗ ଦେଇଥିଲେ ।

DGP AbhayOdisha Police