ନାଗାର୍ଜୁନ ବେଶର ସୂର୍ଯ୍ୟଚନ୍ଦ୍ର ଗାଏବ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ | News Room Odisha

ନାଗାର୍ଜୁନ ବେଶର ସୂର୍ଯ୍ୟଚନ୍ଦ୍ର ଗାଏବ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ପୁରୀ- ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ସୂର୍ଯ୍ୟଚନ୍ଦ୍ର ଗାଏବ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟୀକରଣ ରଖିଛି । ନାଗାର୍ଜୁନ ବେଶ ସାମଗ୍ରୀ ଚୋରି ହୋଇନାହିଁ ବୋଲି କୁହାଯାଇଛି । ବେଶର ସମସ୍ତ ସାମଗ୍ରୀ ନୀଳାଦ୍ରି ସଂଗ୍ରହାଳୟରେ ସୁରକ୍ଷିତ ରହିଛି ବୋଲି ନୀତି ପ୍ରଶାସକ ସୂଚନା ଦେଇଛନ୍ତି । ତାଲିକାରେ ନ ଥିବା ଦୁଇ ସେଟ୍ ସୋଲ ଚନ୍ଦ୍ରସୂର୍ଯ୍ୟ ପ୍ରସ୍ତୁତ ହୋଇଥିଲା । କିନ୍ତୁ ନାଗାର୍ଜୁନ ବେଶରେ ଏହା ଲାଗି ହୋଇ ନ ଥିଲା । ନାଗାର୍ଜୁନ ବେଶରେ କେବଳ ସୁବର୍ଣ୍ଣ ସୂର୍ଯ୍ୟଚନ୍ଦ୍ର ଲାଗି ହୋଇଥାଏ ବୋଲି ପ୍ରଶାସନ ପକ୍ଷରୁ କୁୁହାଯାଇଛି । ୨ ସେଟ୍ ସୋଲ ଚନ୍ଦ୍ରସୂର୍ଯ୍ୟ ନାଟମଣ୍ଡପରେ ଲଗାଯାଇଥିଲା ।